Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଦିଆଯିବ ଭ୍ୟାକସିନ୍: ଶନିବାରଠୁ କୋୱିନ୍ ଆପ୍‌ରେ ଆରମ୍ଭ ହେବ ପଞ୍ଜିକରଣ

22/04/2021 at 3:45 PM

ନୂଆଦିଲ୍ଲୀ ୨୨/୦୪ : ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୧ ତାରିଖରୁ ଟିକାକରଣର ନୂଆ ପର୍ଯ୍ୟାୟ ଆରମ୍ଭ ହେବ। ସୂଚନା ଅନୁଯାୟୀ, ଯେଉଁମାନେ ଟିକା ନେବାକୁ ଇଛୁକ ସେମାନେ ଶନିବାରଠୁ କୋୱିନ୍ ଆପରେ ପଞ୍ଜିକରଣ କରିପାରିବେ। ବର୍ତ୍ତମାନ ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ସୋମବାର ଦିନ କେନ୍ଦ୍ର ସରକାର ନୂଆ ପର୍ଯ୍ୟାୟ ଟିକାକରଣ ନେଇ ଘୋଷଣା କରିଥିଲେ। ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ଯୁବ ବର୍ଗଙ୍କୁ ଭ୍ୟାକସିନ ଦିଆଯିବ ଦାବି ହୋଇଥିଲା।

ନ୍ୟାସନାଲ ହେଲ୍ଥ ଅଥୋରିଟି ସିଇଓ ଆର.ଏସ.ଶର୍ମା କହିଛନ୍ତି ଯେ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଭ୍ୟାକସିନ ରେଜିଷ୍ଟ୍ରେସନ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇଯିବ। ସେ କହିଛନ୍ତି ଯେ କୋଭାକ୍ସିନ ଦ କୋଭିଶିଲ୍ଡ ଛଡା କିଛି କେନ୍ଦ୍ରରେ ଋଷ ଭ୍ୟାକସିନ ସ୍ପୁଟନିକ-୫ ର ବିକଳ୍ପ ମଧ୍ୟ ରହିବ। ଟିକାକରଣ ପ୍ରକ୍ରିୟା ଜୋର କରିବାକୁ ଆହୁରି ଅନେକ ଟିକାକରଣ କେନ୍ଦ୍ର ଓ ଘରୋଇ ସ୍ଥାନ ସ୍ଥାପିତ କରାଯାଉଛି। ଘରୋଇ ସ୍ଥାନମାନଙ୍କରେ କୋୱିନ୍ ଆପର ଟାଇମ ଟେବୁଲ ପ୍ରକାଶ କରିବାକୁ କୁହାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ୭ଟା ଯାଏଁ ଦେଶରେ ମୋଟ ୧୩ କୋଟି ୨୩ ଲକ୍ଷ ୩୦ ହଜାର ୬୪୪ ଭ୍ୟାକସିନ ଡୋଜ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୨୨ ଲକ୍ଷ ୧୧ ହଜାର ୩୩୪ ଲୋକ ଭ୍ୟାକସିନ ନେଇଛନ୍ତି। ୧୧ କୋଟି ୩୧ ଲକ୍ଷ ୪୭ ହଜାର ୫୯୬ ନାଗରିକଙ୍କୁ ପ୍ରଥମ ଡୋଜ ମିଳିଛି। ୧ କୋଟି ୯୧ ଲକ୍ଷ ୮୩ ହଜାର ୪୮ ଜଣଙ୍କୁ ଦ୍ୱିତୀୟ ଡୋଜ ମିଳିଛି। ଟୀକାକରଣ ମାମଲାରେ ମହାରାଷ୍ଟ୍ର ଆଗରେ ଅଛି। ମହାରାଷ୍ଟ୍ରରେ ମୋଟ ୧ କୋଟି ୩୨ ଲକ୍ଷ ୭୯ ହଜାର ୯୭୦ ଜଣ ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇଛନ୍ତି।

   Related Posts