ଆଜି ୪ ଜିଲ୍ଲାରେ ଟିକାକରଣ ବନ୍ଦ, ରହିଛି ମାତ୍ର ୧ ଲକ୍ଷ ୯୦ ହଜାର କୋଭିସିଲ୍ଡ ଡୋଜ୍

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର୦୮/୦୭: ଟିକା ଅଭାବ ଯୋଗୁଁ ୪ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ରାଜ୍ୟରେ ଏବେ ମାତ୍ର ୧ ଲକ୍ଷ ୯୦ ହଜାର ୩୮୦ ଡୋଜ୍‌ କୋଭିସିଲ୍ଡ ଟିକା ରହିଛି । ତେଣୁ ଗୁରୁବାର ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ ଓ ସୋନ୍‌ପୁରରେ ଟିକାକରଣ ବନ୍ଦ ରହିବା ସହ ସେସନ୍‌ ସାଇଟ୍‌ ସଂଖ୍ୟା ମଧ୍ୟ ୭୦୩କୁ କମାଇଛି ସ୍ୱାସ୍ଥ୍ୟ ବିଭାଗ ।

ବୁଧବାର ୧୦୧୫ କେନ୍ଦ୍ରରେ ଟିକାଦାନ ହୋଇଥିବା ବେଳେ ଟିକା ନେଇଛନ୍ତି ୨ ଲକ୍ଷ ୬ହଜାର ୬୧୯ । ୧୮-୪୪ ବର୍ଷ ବୟସର ପ୍ରଥମ ଡୋଜ୍‌ ନେଇଛନ୍ତି ୯୮ ହଜାର ୬୮୭ ଜଣ । ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୨୩୦୬ ଜଣ । ୪୫ ବର୍ଷରୁ ଅଧିକ ବୟସର ୨୩ହଜାର୨ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୮୨ ହଜାର ୮୪ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ଏହି ଟିକାକରଣରେ ଉଭୟ କୋଭାକ୍ସିନ୍‌ ଓ କୋଭିସିଲ୍ଡ ନେଇଛନ୍ତି ହିତାଧିକାରୀ । ଏହାବାଦ୍‌ ୮ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଓ ୯୩ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ୯୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌ ନେଇଥିବା ବେଳେ ୩୪୦ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.