Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ବିଦେଶ ଯାତ୍ରା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପାସପୋର୍ଟ ସହ ଯୋଡ଼ନ୍ତୁ ଟିକାକରଣ ପ୍ରମାଣପତ୍ର, କେମିତି କରିବେ ଜାଣନ୍ତୁ…

26/06/2021 at 4:08 PM

ନୂଆଦିଲ୍ଲୀ ୨୬/୬: ଦେଶର କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚିଥିବା ବେଳେ ଏବେ ସଂକ୍ରମଣ କମୁଛି। ଏହାକୁ ଦେଖି ଅନେକ ଲୋକ ବିଦେଶରେ ଛୁଟି ମନାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ପରିସ୍ଥିତିକୁ ଲକ୍ଷରେ ରଖି ବିଦେଶ ଯାତ୍ରା ସମୟରେ ଟିକାକରଣ ପ୍ରମାଣପତ୍ର ଦେଖାଇବା ଜରୁରୀ ବୋଲି କେନ୍ଦ୍ର ସରକାର କହିସାରିଛନ୍ତି।

ତେବେ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକେ କେମିତି ନିଜର ଟିକାକରଣ ପ୍ରମାଣପତ୍ର ପାସପୋର୍ଟ ସହ ଲିଙ୍କ କରିବେ ତାହା ଜାଣିବା ନିହାତି ଆବଶ୍ୟକ। ଏନେଇ ଆରୋଗ୍ୟ ସେତୁ ଆପ୍‌ ପକ୍ଷରୁ ଟ୍ବିଟରରେ ସମସ୍ତ ପ୍ରକ୍ରିୟା ବିସ୍ତୃତରେ ବାଖ୍ୟା କରାଯାଇଛି। କୋଓ୍ବିନ୍‌ ଆପ୍‌ ମାଧ୍ୟମରେ କେମିତି ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ ପାସପୋର୍ଟ ସହ ଯୋଡ଼ି ହେବ ସେନେଇ ଏଥିରେ ଉଲ୍ଲେଖ ରହିଛି।

-ପ୍ରଥମେ CoWinର ଅଫିସିଆଲ୍‌ ପୋର୍ଟାଲ୍‌ www. cowin.gov.inକୁ ଯାଆନ୍ତୁ।

–  ୱେବ୍‌ସାଇଟ୍ ଖୋଲିବା ପରେ ସେଠାରେ  ‘Raise an issue’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

– ଏହାପରେ ‘Passport’ ବିକଳ୍ପ ଉପରେ କ୍ଲିକ୍ କରି ନିଜ ସମ୍ପର୍କରେ ସୂଚନା ଦିଅନ୍ତୁ ।

– ସାର୍ଟିଫିଟକେଟ୍ ଲିଙ୍କ୍‌ କରିବା ପାଇଁ ନିଜକୁ ଡ୍ରାପ୍‌ ଡାଉନ୍‌ ମେନୁରୁ ଖୋଜି ସିଲେକ୍ଟ କରନ୍ତୁ।

– ଏହାପରେ ପାସ୍‌ପୋର୍ଟ ନମ୍ବର ସବମିଟ୍‌ କରି ମଗାଯାଇଥିବା ତଥ୍ୟ ଭରନ୍ତୁ।

–  ଏହାପରେ ଆପଣଙ୍କୁ ପାସପୋର୍ଟ ଲିଙ୍କ ସହ ନିଜର ନୂଆ କୋଭିଡ୍‌ ପ୍ରମାଣପତ୍ର ମିଳିଯିବ, ତାହାକୁ ଡାଉନଲୋଡ୍‌ କରିନିଅନ୍ତୁ ।

ସୂଚନାଯୋଗ୍ୟ, ପଢ଼ିବାକୁ ହେଉ, ଭ୍ରମଣ ପାଇଁ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ବିଦେଶ ଯାତ୍ରା କରିବା ପୂର୍ବରୁ ଯାତ୍ରୀ ଟିକାକରଣ ପ୍ରମାଣପତ୍ର ନିଜର ପାସପୋର୍ଟ ନମ୍ବର ସହ ଲିଙ୍କ କରିବା ଅନିବାର୍ଯ୍ୟ। ଏନେଇ​‌ କେନ୍ଦ୍ର ପକ୍ଷରୁ ଜାରି ଗାଇଡ୍‌ଲାଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି।

   Related Posts