ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଆରମ୍ଭ ହେଲା ଟିକାକରଣ, ପ୍ରଥମେ ଭାକସିନ୍ ନେଲେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ
16/01/2021 at 3:17 PM

ଭଞ୍ଜନଗର, ୧୬/୦୧ : ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ । ସେହିପରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତରେ ଟିକାକରଣ ଆରମ୍ଭ ହୋଇଛି ।
ପ୍ରଥମେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥି କୋଭିଡ ଟୀକା ନେଇଥିଲେ । ଏହା ପରେ ଡାକ୍ତରଖାନାର ଅନ୍ୟ ସ୍ୱାସ୍ଥକର୍ମୀମାନେ କୋଭିଡ ଟିକା ନେଇଛନ୍ତି । ଶନିବାର କୋଭିଡ ଟିକା ନିମନ୍ତେ ୧୨୦ ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକରଣ କରିଛନ୍ତି ।
ମୋଟ୍ ୨୦୭ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପର୍ଯ୍ୟାୟ ଟିକାକରଣ ନିମନ୍ତେ ପଞ୍ଜିକୃତ କରିଛନ୍ତି | କୋଭିଡ ଟିକା ନିମନ୍ତେ ଡାକ୍ତରଖାନା ତରଫରୁ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କରାଯାଇଥିବା ସୂଚନା ମିଳିଛି ।