ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ

Published By : Prameya-News7 Bureau | January 26, 2021 IST

ଭୁବନେଶ୍ବର ୨୬।୧: ରାଜ୍ୟରେ ବୁଧବାରଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ । ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । କୋଭିଡରେ ମୋଟ୍ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟକର୍ମୀ  ।

ସୋମବାର ସୁଦ୍ଧା ୧ ଲକ୍ଷ ୭୭ହଜାର ଜଣକୁ ଟିକା ଦିଆଯାଇଥିବା ବେଳେ ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କର ଟିକାକରଣ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହେବ । ୧୦ ସୁଦ୍ଧା ଟିକାକରଣ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼. ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋ ପ୍ଲାନ୍ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଫ୍ରଣ୍ଟ ଲାଇନ୍ ଓ୍ବାର୍କରଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ଯାଏଁ ଚାଲିବ । ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ ଟିକାକରଣ ପରେ ଏଯାବତ୍ କାହାଠାରେ ମଧ୍ୟ ପର୍ଶ୍ବପ୍ରତିକ୍ରିୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.