Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭ୍ୟାକସିନ୍ ନେଇସାରିଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣ ବଢାଇପାରନ୍ତି ! ଟିକା ନେବା ପରେ ବି କୋଭିଡ୍‌-୧୯ ନିୟମ ପାଳନ ଜରୁରୀ

25/01/2021 at 4:36 PM

ନୂଆଦିଲ୍ଲୀ ୨୫/୦୧ : ଇଂଲଣ୍ଡର ଉପ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଟିକାକରଣକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଟିକା ନେଇଥିବା ବ୍ୟକ୍ତିମାନଙ୍କ ଠାରୁ ମଧ୍ୟ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଉପ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପ୍ରଫେସର ଯୋନାଥନ୍‌ ଭାନ୍‌-ଟମ୍‌ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ କୋଭିଡ୍‌-୧୯ ନିୟମଗୁଡିକୁ ଦୃଢତାର ସହ ପାଳନ କରନ୍ତୁ ।

ସେ କହିଛନ୍ତି, କରୋନା ଭାଇରସକୁ ରୋକିବା ପାଇଁ ଭ୍ୟାକସିନ୍‌ ଏକ ମାଧ୍ୟମ ହୋଇପାରେ ଏଥିରେ ସନ୍ଦେହ ନାହିଁ କିନ୍ତୁ ବର୍ତ୍ତମାନ ମଧ୍ୟ ସଂକ୍ରମଣ ମାମଲାକୁ କମ କରିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିବା ଆବଶ୍ୟକ । ଭାନ୍‌-ଟମ୍‌ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଭାବନ ହୋଇଥିବା ଭ୍ୟାକସିନ୍‌ଗୁଡିକ ସମ୍ପୂର୍ଣ୍ଣ ଭାବେ ଯେ ଭାଇରସକୁ ମାରିବାରେ ସକ୍ଷମ ତାହା ପ୍ରମାଣିତ ହୋଇନାହିଁ ।

ତେଣୁ ଭ୍ୟାକସିନ୍‌ ମଣିଷ ଶରୀରକୁ ସୁରକ୍ଷା ଦେଇପାରିବ ବୋଲି ଦୃଢତାର ସହ କହିହେବ ନାହିଁ । ଭ୍ୟାକସିନ୍‌ର ୨ଟି ଯାକ ଡୋଜ୍‌ ନେଇସାରିବା ପରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କରି କୋଭିଡ୍‌ ନିମୟକୁ ପୂର୍ବପରି ପାଳନ କରିବା ଆବଶ୍ୟକ । ଟିକା ନେଉଥିବା ବ୍ୟକ୍ତିମାନେ ଅତିକମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ଆୟତରେ ରହିବା ଆବଶ୍ୟକ । କାରଣ ଏହା କଲେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ତଥା ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହୋଇପାରିବା ।

ୟୁକେ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ କହିଛନ୍ତି, ଦେଶରେ ୮୦ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୭୫ ପ୍ରତିଶତ ବ୍ୟକ୍ତିଙ୍କୁ ଟିକା ଦିଆସରିଲାଣି । ଜରୁରୀକାଳୀନ ଭିତ୍ତିରେ ଟିକାକରଣ ଜାରି ରହିଛି । ତେବେ ଇସ୍ରାଏଲର ଭ୍ୟାକସିନ୍‌ ନିର୍ମାଣର ତଦାରଖ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଫାଇଜର ଟିକାର ଗୋଟିଏ ଡୋଜ୍‌ କରୋନା ସଂକ୍ରମଣକୁ ରୋକିପାରିବ ନାହିଁ । ଏଥି ପାଇଁ ଅତିକମରେ ଦୁଇଟି ଡୋଜ୍‌ ନେବା ଆବଶ୍ୟକ ।  

   Related Posts