ବିଜେପି କାର୍ଯ୍ୟାଳୟରେ ବାହାରିଲା ଆକର୍ଷଣୀୟ ଦରମା ଥିବା ପଦ : ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ମିଳିବ ସୁଯୋଗ
31/01/2019 at 10:47 AM

ନୂଆଦିଲ୍ଲୀ ୩୦/୧: ଆକର୍ଷଣୀୟ ଦରମା ସହ ଉତ୍ତମ ଚାକିରୀର ସ୍ବପ୍ନ ଦେଖୁଥିବା ଯୁବପୀଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାର ସୁଯୋଗ ମିଳିଛି। ଦିଲ୍ଲୀର ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ କେତେକ ପଦ ପାଇଁ ଭ୍ୟାକେନ୍ସି ବାହାରିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ବ୍ୟାକ୍ ଅଫିସରେ ବହୁ ସଂଖ୍ୟାରେ ଭର୍ତ୍ତି କରାଯିବ। ଯେଉଁ ପ୍ରାର୍ଥୀଙ୍କ ନିକଟରେ ରଚନାତ୍ମକ ଶୈଳୀରେ ଲେଖିବାର କଳା ଥିବ ଏବଂ ଯିଏ ଶବ୍ଦ ସଂଯୋଜନା ଭଲଭାବେ କରିପାରୁଥିବ ତାଙ୍କ ଲେଖାକୁ ସାଧାରଣ ଲୋକେ ପସନ୍ଦ କରୁଥିବେ ସେମାନଙ୍କୁ କପି ରାଇଟର ଏବଂ ସ୍କ୍ରିପ୍ଟ ରାଇଟର ପଦରେ ନିଯୁକ୍ତି କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତା ନିର୍ବାଚନରେ ବିଜୟୀ କରିବା ପାଇଁ ବିଜେପିର ଆଇଟି ସେଲ୍ ବିଜ୍ଞାପନ ଜାରି କରିଛି ,‘‘ ପିଏମ୍ ମୋଦିଙ୍କ ଫ୍ୟାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଏଥିରେ କୁହାଯାଇଛି ଯେ ଆପଣ କିପରି ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯିଏ ଦେଶର ସେନାଙ୍କୁ ଫାଇଟର ପ୍ଲେନ୍ ଦେବେ ନା ଯିଏ କାଗଜର ପ୍ଲେନ ଆଣି ପାର୍ଲିଆମେଣ୍ଟରେ ଖେଳିବେ।

ଆଶାୟୀ ପ୍ରାର୍ଥୀ ବିଜେପିର ଅଫିସିଆଲ ଓ୍ବେବସାଇଟରେ ଅନଲାଇନ୍ ଆବେଦନ କରିବେ। ଆଶାୟୀ ପ୍ରାର୍ଥୀ ନିଜ ରିଜ୍ୟୁମ୍ careers@nationwithnamo.com ରେ ପଠାନ୍ତୁ। ଏହାପରେ ଆପଣଙ୍କ ରିଜ୍ୟୁମ୍ ସର୍ଟଲିଷ୍ଟେଡ କରି ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଚୟନ କରାଯାଇଥିବା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାର ସୁଯୋଗ ପାଇପାରିବେ।