ବିଗ୍ ବସ୍ -୧୨: ଜାଣନ୍ତୁ ଏଥରର ପ୍ରତିଯୋଗୀଙ୍କ ମଧ୍ୟରୁ କାହାକୁ ମିଳିବ କେତେ ଟଙ୍କା : ଶ୍ରୀସନ୍ଥ ପାଇବେ ସବୁଠୁ କମ୍

Published By : Prameya-News7 Bureau | December 31, 2018 IST

ମୁମ୍ବାଇ ୩୧/୧୨: ବିଗ୍ ବସ୍-୧୨ ଘର ଭିତରର ଖେଳ ସରିଯାଇଛି। ଦୀପିକା କକ୍କର ବାଜି ମାରି ନେଇଛନ୍ତି। ଶ୍ରୀସନ୍ଥ ଦ୍ବିତୀୟ ସ୍ଥାନରେ ଏବଂ ଦୀପକ ଠାକୁର ତୃତୀୟ ସ୍ଥାନରେ ରହିଥିଲେ। ଏଥର ପୁରସ୍କାର ରାଶିକୁ ନେଇ ବଡ଼ ଖେଳ ଖେଳାଯାଇଛି। ବିଗ୍ ବସ୍ ବିଜେତାଙ୍କ ପୁରସ୍କାର ରାଶି ପୂର୍ବରୁ ୫୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା ; କିନ୍ତୁ ଫିନାଲେରେ ପହଂଚିଥିବା ୩ଜଣ ପ୍ରତିଯୋଗୀଙ୍କୁ ବିଗ୍ ବସ୍  ଏକ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଟି ହେଲା ଯିଏ ପ୍ରତିଯୋଗୀତାରୁ ଓହରିଯିବ ତାକୁ ବିଜେତାଙ୍କ ପୁରସ୍କାର ରାଶିରୁ ଗୋଟିଏ ବଡ ଅଂଶ ପ୍ରଦାନ କରାଯିବ । ଦୀପକ ଏହି ପ୍ରସ୍ତାବକୁ ଗ୍ରହଣ କରି ଏକ ବ୍ୟାଗ୍ ନେଇ ବିଗ୍ ବସ୍ ଛାଡ଼ି ଦେଇଥିଲେ। ସେହି ବ୍ୟାଗରେ ୨୦ଲକ୍ଷ ଟଙ୍କା ଥିଲା, ଏହା ବିଜେତାଙ୍କ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶିର ୪୦ପ୍ରତିଶତ ଥିଲା। ଅର୍ଥାତ୍ ବିଜେତା ଦୀପିକାଙ୍କୁ ୫୦ ଲକ୍ଷ ମିଳିବା ବଦଳରେ ଟ୍ରଫି ସହ ୩୦ଲକ୍ଷ ଟଙ୍କା ମିଳିଥିଲା।

wp:gallery {"ids":[69180]} /wp:gallery

ପ୍ରତି ଥର ଭିତରକୁ ଯାଉଥିବା ଲୋକ ନେମ୍ –ଫେମ୍ ସହ ଟଙ୍କା ପାଇଁ ମଧ୍ୟ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସଲମାନ ଖାନଙ୍କୁ ପ୍ରତି ଏପିସୋଡ ପାଇଁ ୧କୋଟି ଟଙ୍କା ମିଳିଥାଏ ଏବଂ ପ୍ରତିଯୋଗୀଙ୍କୁ ମଧ୍ୟ ମୋଟା ଅଙ୍କ ମିଳିଥାଏ।

wp:gallery {"ids":[69181]} /wp:gallery

ସୂଚନା ଅନୁସାରେ ସଲମାନଙ୍କୁ ଏଥର ପ୍ରତି ଏପିସୋଡ ପିଛା ରବିବାର ଏବଂ ଶନିବାର ମିଶାଇ ୧୪କୋଟି ଟଙ୍କା ମିଳିଛି। ଶୋ ର ବିଜେତା ପାଇଁ ୫୦ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା କିନ୍ତୁ ଏହା ବ୍ୟତୀତ ସେଲେବ୍ ଘରକୁ ଆସିବା ଆଗରୁ ଯେଉଁ ଚୁକ୍ତି କରିଥିଲେ ସେହି ହିସାବରେ ତାଙ୍କୁ ମୋଟା ଅଙ୍କର ଅର୍ଥ ମିଳିଛି। ବିଗ୍ ବସ୍ ୧୨ରେ ଶ୍ରୀ ସନ୍ଥ ବହୁତ ବଡ଼ ହଙ୍ଗାମା କରିଥିଲେ ଏବଂ ସେ କେତେ ଥର ଶୋ ଛାଡ଼ି ଯିବାକୁ କହିଥିଲେ କିନ୍ତୁ ଯାଇ ନଥିଲେ। ଆଗରୁ ସ୍ପଟ୍ ଫିକ୍ସିଂ ବିବାଦରେ ଆସିଥିବା ଏହି କ୍ରିକେଟରଙ୍କୁ ବିଗ୍ ବସ୍ ଘରେ ସବୁଠୁ କମ୍ ଟଙ୍କା ମିଳିଛି।

wp:gallery {"ids":[69182]} /wp:gallery

ସିଙ୍ଗଲ୍ ପ୍ରତିଯୋଗୀ ଭାବରେ ଶ୍ରୀସନ୍ଥଙ୍କୁ ସପ୍ତାହକୁ ୫ଲକ୍ଷ ଟଙ୍କା ମିଳିଛି। ସେ ଦ୍ବିତୀୟ ସ୍ଥାନରେ ରହିଥିଲେ ବି ଖାଲି ହାତରେ ରହିବାକୁ ପଡ଼ିଥିଲା। ବିଗ୍ ବସ୍ ନିୟମ ହିସାବରେ ଯଦି କିଏ ବିନା ଏଭିକ୍ସନରେ ଘର ଛାଡ଼ି ଯାଏ ତେବେ ତାକୁ ୧କୋଟି ଟଙ୍କା ଦେବାକୁ ପଡ଼ିଥାଏ। ଆଗରୁ ରିମି ସେନ ଆସିଥିବାବେଳେ ସେ ମଧ୍ୟ ବାରମ୍ବାର ଯିବା କଥା କହୁଥିଲେ କିନ୍ତୁ ତାଙ୍କୁ ସବୁଠୁ ବେଶୀ ଫିସ୍ ମିଳୁଥିଲା। ଶଶୁରାଲ ସିମର କା ର ଫେମ୍ ଦୀପିକା କକ୍କରଙ୍କୁ ପ୍ରତି ସପ୍ତାହରେ ୧୫ଲକ୍ଷ ଟଙ୍କା ମିଳୁଥିଲା। କିନ୍ତୁ ଗତ ବର୍ଷ ହିନା ଖାନଙ୍କୁ ୭ଲକ୍ଷ ଟଙ୍କା ମିଳୁଥିଲା। ନେହା ପେଣ୍ଡସେଙ୍କୁ ସର୍ବାଧିକ ୨୦ଲକ୍ଷ ଟଙ୍କା ମିଳୁଥିଲା। ଟିଭି ଷ୍ଟାର୍ କରଣବୀର ବୋହରାଙ୍କୁ ମଧ୍ୟ ପ୍ରତି ସପ୍ତାହରେ ୨୦ଲକ୍ଷ ଟଙ୍କା ମିଳୁଥିଲା।

wp:gallery {"ids":[69183]} /wp:gallery

ଅନୁପ ଜଲୋଟା ଯୋଡ଼ିରେ ଆସିଥିଲେ ଏବଂ ତାଙ୍କ ପ୍ୟାକେଜ ପ୍ରତି ସପ୍ତାହରେ ପାଖାପାଖି ୪୦ଲକ୍ଷ ଟଙ୍କା ଥିଲା। ଶୋ ରେ ଚୁକ୍ତି ହିସାବରେ ଯେଉଁ ସେଲେବ୍ ଯେତେ ସପ୍ତାହ ଶୋ ରେ ରହିବେ ତାଙ୍କ ବ୍ୟାଙ୍କ ବାଲାନ୍ସ ସେତେ ବଢ଼ୁଥିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.