OUAT ପରିଦର୍ଶନ କଲେ ଭି.କେ ପାଣ୍ଡିଆନ୍ : ଭିତ୍ତିଭୂମି ବିକାଶ ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା
17/02/2020 at 4:41 PM

ଭୁବନେଶ୍ବର ୧୭/୨: OUAT ପରିଦର୍ଶନ କଲେ ଭି.କେ ପାଣ୍ଡିଆନ୍ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ 5 T ସଚିବ । ସକାଳୁ ସକାଳୁ ଓୟୁଏଟି କ୍ୟାମ୍ପସରରେ ପହଞ୍ଚି ଛାତ୍ରବାସ ଓ ମେସ୍ ବୁଲିଦେଖିବା ସହ ବିଶ୍ବବିଦ୍ୟାଳୟ ସମ୍ବନ୍ଧରେ ପଚାରିବୁଝିଥିଲେ । 5-T ସଚିବଙ୍କ ଏହି ପରିଦର୍ଶନ ପରେ OUATର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରେ ବୋଲି ଆଶା କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ସକାଳୁ ସକାଳୁ OUAT କ୍ୟାମ୍ପସରରେ ପହଞ୍ଚିଯାଇଥିଲେ ଭି.କେ.ପାଣ୍ଡିଆନ୍ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ 5-T ସଚିବ । ଏହା ପୂର୍ବରୁ ବିଶ୍ବବିଦ୍ୟାଳୟର ହଷ୍ଟେଲ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସାଥୀରେ ଥିଲେ ଓୟୁଏଟି କୂଳପତି, ଓ ବେସିକ୍ ସାଇନ୍ସ୍ କଲେଜର ବରିଷ୍ଠ ଅଧିକାରୀ । ତେବେ 5 T ସଚିବଙ୍କ ଏହି ଗସ୍ତ ପରେ ଓୟୁଏଟିର ବିକାଶ ନେଇ ସ୍ବତନ୍ତ୍ର ଅନୁଦାନ ମିଳିପାରେ ବୋଲି ଆଶା କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସେହିଭଳି ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ପାଇଁ ସ୍ମାର୍ଟ କ୍ଲାସରୁମ୍, ପର୍ଯ୍ୟାପ୍ତ ହଷ୍ଟେଲ୍ ସୁବିଧା, ଗବେଷଣା, ଭିତ୍ତିଭୂମିର ବିକାଶ ନେଇ ଆଶା ପ୍ରକଟ କରିଛନ୍ତି ।

ସେପଟେ ଓୟୁଏଟିକୁ ପ୍ରାୟ ୩୫୦କୋଟି ଟଙ୍କାର ଅନୁଦାନ ମିଳିପାରେ ବୋଲି ଆଶା କରାଯାଉଛି । ୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ ସଚିବସ୍ତରୀୟ କମିଟି ଓୟୁଏଟି କଚୁ ୨୨୪କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିଲେ । ଓୟୁଏଟିରେ କୃଷି ଗବେଷଣା ସହ ବିଶ୍ବ ବିଦ୍ୟାଳୟରେ ଲ୍ୟାଣ୍ଡସ୍କେପ୍ ଇଂଜିନିୟରିଂ, ଓ୍ବାଇଲଡ୍ଲାଇଫ୍, ଜିଓ ସ୍ପେଶ୍ ସାଇନ୍ସ, ନାନୋ ଟେକ୍ନୋଲୋଜି ଭଳି ନୂତନ ପାଠ୍ୟକ୍ରମ ପ୍ରଚଳନ ଜରୁରୀ ବୋଲି କହିଛନ୍ତି ପୂର୍ବତନ କୁଳପତି ।

ରାଜ୍ୟ ସରକାରଙ୍କ 5T ସଚିବ ଭି.କେ.ପାଣ୍ଡିଆନ୍ଙ୍କ OUAT ପରିଦର୍ଶନ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମ୍ଭାବନାକୁ ଅଧିକ ବଳ ଦେଇଛି ।