ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଉଜବେକିସ୍ତାନର ଯୁବତୀ ଧରାପଡ଼ିଲେ ସେକ୍ସ ରାକେଟରେ, ଜାଣନ୍ତୁ ଜଣେ ଗ୍ରାହକଙ୍କଠୁ ନେଉଥିଲେ କେତେ ଟଙ୍କା…

Published By : Prameya-News7 Bureau | August 01, 2019 IST

ରାଜକୋଟ ୧/୮: ଉଜବେକିସ୍ତାନରୁ ଟୁରିଷ୍ଟ ଭିସାରେ ଭାରତ ଆସିଥିବା ୨ଜଣ ଯୁବତୀଙ୍କୁ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ୨ ଯୁବତୀ ଗୁଜୁରାଟର ରାଜକୋଟରେ ଚାଲିଥିବା ଏକ ସେକ୍ସ ରାକେଟ ସହ ସଂପୃକ୍ତ ଥିଲେ ।  ରାକେଟ ଚଳାଇଥିବା ଦଲାଲ ୩ହଜାର ଟଙ୍କାରେ ଗ୍ରାହକଙ୍କୁ​‌ ଉଜବେକୀ ଯୁବତୀ ଯୋଗାଉଥିଲା। ପୋଲିସ୍ ରାକେଟର ସୂଚନା ମିଳିବା ପରେ କାଲାଓ୍ବଡ଼ ରୋଡ଼ ପାଖରେ ଥିବା ଏକ ଘରକୁ ଘେରଉ କରିଥିଲା। ଏଠାରୁ ପୋଲିସ ୨ ଉଜବେକି ଯୁବତୀ, ଦଲାଲ ଓ ଗ୍ରାହକଙ୍କୁ ଗିରଫ କରିବା ସହ ଅନେକ ଆପତ୍ତିଜନକ ଜିନିଷ ଜବତ କରିଛି।

ସୂଚନା ଅନୁଯାୟୀ,ଉଜବେକିସ୍ତାନର ଦୁଇ ଯୁବତୀଙ୍କୁ ସୁରତର ଜଣେ ଦଲାଲ ଯୋଗାଯୋଗ କରି ଆଣିଥିଲା । ସେକ୍ସ ରାକେଟ ରାଜକୋଟର ଯୋଗୀନଗରରେ ରହୁଥିବା ମହେଶ ଓରଫ ମୟୁରଓ୍ବାଲା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିଲା। ଚଢଉବେଳେ ଏଠାରୁ ନଗଦ ୪ହଜାର ଟଙ୍କା ସହ ୨୯ହଜାର ଟଙ୍କାର ଜିନିଷ ପୋଲିସ ଜବତ କରିଛି।

୨ଯୁବତୀଙ୍କୁ ପଚରାଉଚୁରା ବେଳେ ଜଣାପଡିଛି ଯେ, ଏମାନେ ଟୁରିଷ୍ଟ ଭିସାରେ ଆସି ଏଠାରେ ରହିବା ସହ ଦେହ ବ୍ୟବସାୟ କରୁଥିଲେ । ଭିସା ନିୟମ ଉଲ୍ଲଂଘନ ସାଂଗକୁ ବେଆଇନଭାବେ ଆତ୍ମଗୋପନ ନେଇ ମଧ୍ୟ ଏହି ଦୁଇ ଯୁବତୀଙ୍କ ବିରୋଧରେ ମାମଲା ଚାଲିବ ବୋଲି ପୋଲିସ କହିଛି । ପୋଲିସ୍ ଏହି ରାକେଟ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ମଧ୍ୟ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.