ହିଂସାରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ସମ୍ପତ୍ତି ନିଲାମ କରାଯିବ- ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | December 20, 2019 IST

ଲକ୍ଷ୍ନୌ ୨୦।୧୨: ଦେଶରେ ନାରରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶର ଉତ୍ତର –ପୂର୍ବ ଆରମ୍ଭ ହୋଇ ବିରୋଧ ଧୀରେ ଧୀରେ ଦେଶସାରା ବ୍ୟାପୀବାରେ ଲାଗିଛି । ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ହିଂସା ବ୍ୟାପକ ପରିମାଣର ବଢିବାର ଲାଗିଛି । ରାଜ୍ୟରେ ହିଂସାକୁ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଚେତାବନୀ ଦେଇଛନ୍ତି ।

{"id":200038,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସା ଉପରେ ମୁହଁ ଖୋଲିଛନ୍ତି। ଯୋଗୀ କହିଛନ୍ତି ଲୋକତନ୍ତ୍ରରେ ସମସ୍ତଙ୍କର ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ପ୍ରଦର୍ଶନ ନାଁରେ ହିଂସା ଗ୍ରହଣୀୟ ନୁହେଁ। ଆନ୍ଦୋଳନ ନାଁରେ ହିଂସା କରୁଥିବା ଲୋକଙ୍କ ପାଇଁ କଡାବାଣୀ ଶୁଣାଇ ଦେଇଛନ୍ତି ଯୋଗୀ। ସେ କହିଛନ୍ତି ହିଂସା କରି ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ନିଲାମ କରାଯାଇ କ୍ଷୟକ୍ଷତିର ଭରଣା କରାଯିବ।ଯୋଗୀ

{"id":200039,"sizeSlug":"large"}

ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ବିରୋଧୀଙ୍କ ପାଖରେ ସରକାରଙ୍କୁ ଘେରିବାକୁ କୌଣସି ପ୍ରସଙ୍ଗ ନାହିଁ ଏଣୁ ଲୋକମାନଙ୍କ ମଧ୍ୟରେ ଭ୍ରମ ଖେଳାଇ ଏପରି କରାଉଛନ୍ତି। ଏହି ଆଇନ ବଳରେ କୌଣସି ଜାତି ଏବଂ ଧର୍ମର ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ। ଏହାପରେ ମଧ୍ୟ ଆନ୍ଦୋଳନ କରାଯାଇଛି ଏବଂ ସରକାରଙ୍କ ସମ୍ପତ୍ତି ନଷ୍ଟ କରାଯାଉଛି। ଏହା ଗ୍ରହଣୀୟ ନୁହେଁ। ଯେଉଁମାନେ ହିଂସା କରିବା ସହ ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ସମ୍ପତ୍ତି ନିଲାମ କରାଯାଇ କ୍ଷୟକ୍ଷତି ଭରଣା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.