Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆମ ହାତରେ ଆମରି ସୁରକ୍ଷା : ଔଷଧରୁ ଆଇସୋଲୋସନ ଓ୍ୱାର୍ଡ ଯାଏଁ, ଏମିତି ନିଜ ଦମରେ କୋଭିଡ ବିରୋଧରେ ଲଢୁଛି ଗାଁ

26/05/2021 at 1:16 PM

ଉତ୍ତାରାଖଣ୍ଡ ୨୬/୫ : କୁହାଯାଏ ଆବଶ୍ୟକତା ହିଁ ଦେଖାଇଥାଏ ଆବିଷ୍କାର ବାଟ । ଏହାକୁ ପ୍ରମାଣ କରିଦେଖାଇଛନ୍ତି ଉତ୍ତରାଖଣ୍ଡର ଏକ ଗାଁର ଲୋକେ। ଉତ୍ତରକାଶି ସହରଠାରୁ ୩୮ କିଲୋମିଟର ଦୂରରେ ଥିବା ଢିକୋଲି ଗାଁର ଲୋକେ ଏବେ ନିଜ ଚେଷ୍ଟାରେ କରୋନା ବିରୋଧରେ କରୁଛନ୍ତି ଲଢେଇ । ଗ୍ରାମବାସୀ କହିଛନ୍ତି ଯେ ସେମାନେ ନିଜେ କୋଭିଡ ବିରୋଧରେ ଲଢିବେ ଏବଂ ଏଥିପାଇଁ ସେମାନେ ଗ୍ରାମୀଣ ମନିଟରିଂ କମିଟି ଗଠନ କରିଛନ୍ତି ।

ଢିକୋଲି ଗ୍ରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଠାକାର ଲୋକେ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ର ଭାବେ ପରିଣତ କରିଛନ୍ତି । ଗ୍ରାମୀଣ ମନିଟରିଂ କମିଟିର ମୁଖ୍ୟ ବ୍ରାହ୍ମଣନ୍ଦ ୟୁନିୟାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବ୍ରାହ୍ମଣନ୍ଦ ଉନିୟାଲ କହିଛନ୍ତି, ‘ଆମେ ଇଣ୍ଟରନେଟରୁ ପ୍ରଥମେ ଦେଖିଥିଲୁ କଣ କରିବାକୁ ହେବ । ପରେ ବୁଝି ବିଚାରି ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ର ଭାବେ ପରିଣତ କରିଥିଲୁ ।

କେବଳ ସେତିକି ନୁହେଁ, ଆମ ହାତରୁ ନିଜେ ପଇସା ଖର୍ଚ୍ଚ କରି ନାବୁଲାଇଜର, ଥର୍ମୋମିଟର ଆଣିବା ସହିତ କୋଭିଡ ପାଇଁ ଆବଶ୍ୟକ ଔଷଧ ମଧ୍ୟ ଆଣିଥିଲୁ । ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାନୀୟ ବି ପ୍ରସ୍ତୁତ କରିଥିଲୁ । ସଂଗରୋଧ କେନ୍ଦ୍ରରେ ରହୁଥିବା ରୋଗୀଙ୍କ ନିୟମିତ ଯାଞ୍ଚ କରାଯାଉଛି । ରୋଗୀଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ସହ ଆବଶ୍ୟକୀୟ ଯାଞ୍ଚ କରାଯାଉଛି ।

ତେବେ ଆହୁରି ମଧ୍ୟ ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବଣ୍ଟାଯିବା ସହ କୋଭିଡ ଗଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଉଛି । ଆମର ମୂଳ ଲକ୍ଷ୍ୟ ହେଉଛି, ରୋଗୀଙ୍କ ଠାରେ ସମାନ୍ୟ ଲକ୍ଷଣ ଦେଖେଦେଲେ ସେମାନଙ୍କୁ ପ୍ରଥମେ ସଂଗରୋଧରେ ରଖାଯାଉଛି । ଆଣର ଫୋକସ ଅଛି ଯେ, ଗାଁରେ ହିଁ ଲୋକଙ୍କ ସ୍ୱାସ୍ଥ୍ୟ ଠିକ ରଖିବାକୁ । ଯେପରି ବାହାରକୁ କେହି ନଯିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ।

   Related Posts