କରୋନା ଲକ୍‌ଡାଉନ୍‌ ଯୋଗୁଁ ୧୭୪ କୋଟି ଟଙ୍କା କ୍ଷତି ସହିଛି ଉତ୍ତରାଖଣ୍ଡ ପରିବହନ ନିଗମ, ସ୍ଥିତି ସୁଧାରିବାକୁ ଉଦ୍ୟମ

Published By : Prameya-News7 Bureau | September 17, 2020 IST

ଡେରାଡୁନ ୧୭/୦୯ : ଉତ୍ତରାଖଣ୍ଡରେ ଚଳିତ ବର୍ଷ ୧୭୪ କୋଟି ଟଙ୍କାତା କ୍ଷତି ହୋଇଛି । ପାଖାପାଖି ୨୫୦ କୋଟି ଟଙ୍କା ଦାୟିତ୍ୱ ଚଳାଉଥିବା ପରିବହନ ନିଗମ ବର୍ତ୍ତମାନ ଏହି ଅଭାବକୁ କିପରି ଦୂର କରିବ ସେନେଇ କସରତ କରୁଛି । ଏଥିପାଇଁ ନିଗମ ସେହି ଜମି ମଧ୍ୟ ବ୍ୟବହାର କରିବ ଯେଉଁଠାରେ କାମ କରାଯାଇନାହିଁ । ଉତ୍ତରାଖଣ୍ଡ ପରିବହନ ନିଗମର ବସ୍ ଗତ ୬ ମାସ ହେଲା ଅନ୍ୟ ରାଜ୍ୟକୁ ଚାଲୁନାହିଁ । ଯେଉଁଥିପାଇଁ ନିଗମର ଆୟ ଶୂନ୍ ହୋଇଯାଇଛି । କେବଳ ଇଣ୍ଟରଷ୍ଟେଟ୍ ବସ୍ ହିଁ ନିଗମକୁ ସମ୍ଭାଳି ରହିଛି । ଏଭଳି ପରିସ୍ଥିତିରେ କ୍ଷତିପୂରଣ ପାଇଁ ପରିବହନ ନିଗମ ନିଜ ବସ୍‌ର ରିଟାୟାରମେଣ୍ଟ ସୀମା ବଢାଇବା ସହ ଡ୍ରୋନ୍ ହୋଟେଲ ନିକଟରେ ଥିବା ଜମି ଏବଂ ୱାର୍କସପରେ ବ୍ୟବହୃତ ହେଉନଥିବା ଜମି ଏମଡ଼ିଡ଼ିଏ ଏବଂ ପର୍ଯ୍ୟଟନ ବିଭାଗ ସହଯୋଗରେ ବ୍ୟବହାର କରିବାକୁ ଯୋଜନା କରୁଛି ।

{"id":330989,"sizeSlug":"large"}

ପରିବହନ ନିଗମ ସିଏନଜି ପମ୍ପ ପାଇଁ ନିଜର ଟ୍ରାନ୍ସପୋର୍ଟ ନଗର ଜମି ଲିଜରେ ଦେଇଛି । ଏହାଛଡା କ୍ୟାରିଅର୍ ସେବା ପାଇଁ ମଧ୍ୟ ବସ୍ ବ୍ୟବହାର କରାଯିବ । ପରିବହନ ନିଗମର ଜିଏମ୍ ସଞ୍ଚାଳନ ପଦବୀରେ ନିୟୋଜିତ ଥିବା ଦୀପକ ଜୈନ କହିଛନ୍ତି ଯେ, ଚଳିତ ବର୍ଷ ବହୁତ କ୍ଷତି ହୋଇଛି । ବର୍ତ୍ତମାନ କର୍ମଚାରୀଙ୍କ ଦରମା ଟଙ୍କା କିଭଳି ବାହାରିବ ତା ଉପରେ ନିଗମ ଫୋକସ୍ କରୁଛି ।

{"id":330990,"sizeSlug":"large"}

ଅପରପକ୍ଷରେ କର୍ମଚାରୀ ସଂଘ କହିଛି ଯେ ନିଗମ ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରିନଥିଲା । କର୍ମଚାରୀ ସଂଘର ମହାମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି ଯେ, ସେ ପୂର୍ବରୁ ମଧ୍ୟ ଅନେକ ଥର ପ୍ରସ୍ତାବ ଦେଇଥିଲେ । ଯଦି ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତେ ତାହେଲେ ଶୀଘ୍ର ଫଳାଫଳ ଆସିପାରେ । କରୋନା ଯୋଗୁଁ ଅଟକି ରହିଥିବା ବସ୍ ସେବା ନିଗମ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହିଭଳି ପରିସ୍ଥିତିରେ ବସଗୁଡିକୁ ଅନ୍ୟ କାମରେ ଲଗାଇ ଆୟ କରିବାକୁ ଚେଷ୍ଟା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.