ଦିନରେ ପତ୍ନୀଙ୍କୁ ଫୋନ କରି କହିଲେ ସବୁ ଠିକ ଅଛି, ରାତିରେ ହୋଇଗଲେ ଶହୀଦ : ଆଜି ଜନ୍ମମାଟିରେ ପହଞ୍ଚିବ ଶହୀଦଙ୍କ ପାର୍ଥିବ ଶରୀର

Published By : Prameya-News7 Bureau | June 13, 2020 IST

ଡେରାଡୁନ ୧୩/୦୬ : ଉତ୍ତରାଖଣ୍ଡର ଆଉ ଜଣେ ବୀରପୁତ୍ର ଦେଶ ମାଟି ପାଇଁ ଶହୀଦ ହୋଇଛନ୍ତି | ନୈନିତାଲ ଜିଲ୍ଲାର ଓଖଲକାଣ୍ଡାର ଯମୁନା ପନେରୁ ୨୦୧୨ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିଲେ | ଯମୁନା ପନେରୁ କାଶ୍ମୀର କୁପୱାଡାରେ ନିୟୋଜିତ ହୋଇଥିଲେ | ବୁଧବାର ରାତିରେ ଯମୁନା ଏକ ସର୍ଚ୍ଚ ଅପରେସନରେ ଯାଇଥିଲେ | ସର୍ଚ୍ଚ ଅପରେସନ ବେଳେ ସେ ଶହୀଦ ହୋଇଯାଇଛନ୍ତି | ଯମୁନାଙ୍କ ପରିବାର ହଲଦ୍ୱାନି ସ୍ଥିତ ଗୋରା ପାହାଡ଼ରେ ରୁହନ୍ତି |  ସେମାନେ ୩ ଭାଇ | ଯମୁନା ୩ ଭାଇ ମଧ୍ୟରେ ମଝିଆ | ଯମୁନା ଶହୀଦ ହେବା ଖବର ସେନାର ଯବାନମାନେ ଆସି ତାଙ୍କ ଘରେ ଦେଇଥିଲେ | ଶହୀଦଙ୍କ ପତ୍ନୀ ସ୍ୱାମୀଙ୍କ ଶହୀଦ ହେବା କଥା ଶୁଣି ଷ୍ଟାବ୍ଦ ହୋଇଯାଇଥିଲେ | ସେ କହିଥିଲେ ଯେ ତାଙ୍କ ସ୍ୱାମୀ ଦିନବେଳେ ତାଙ୍କୁ ଫୋନ କରିଥିଲେ, ତାଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ରାତିରେ ଶହୀଦ ହୋଇଗଲେ |

ଶହୀଦ ଯମୁନାଙ୍କ ବଡ ଭାଇ ହରିଶ୍ଚନ୍ଦ୍ର ପନେରୁ କହିଛନ୍ତି ଯେ, ଗୁରୁବାର ଦିନ ସେନାର ୫ ଜଣ ଯବାନ ତାଙ୍କ ଘରକୁ ଆସିଥିଲେ | ସେମାନେ ଭାଇର ଶହୀଦ ହେବା ଖବର ଦେଇଥିଲେ | ତେବେ ତାଙ୍କ ଭାଇ କିଭଳି ଶହୀଦ ହୋଇଛନ୍ତି ତାହା ଯବାନମାନେ ସ୍ପଷ୍ଟ ଭାବେ କହିନଥିଲେ | ସେନାର ଯବାନମାନେ ଯମୁନାଙ୍କ ପରିବାରଲୋକଙ୍କୁ ଏତିକି କହିଥିଲେ ଯେ ସର୍ଚ୍ଚ ଅପରେସନ ବେଳେ ଯମୁନା ଶହୀଦ ହୋଇଛନ୍ତି |

{"id":285455,"sizeSlug":"large"}

ପୁଅ ଶହୀଦ ହେବା ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଗଲା | ପୁରା ପରିବାର ଦୁଃଖରେ ଭାଙ୍ଗିପଡିଥିଲା | ପାଖ ପଡୋଶୀ ସାନ୍ତ୍ୱନା ଦେବାକୁ ଆସିଥିଲେ | ଶହୀଦ ଯମୁନାଙ୍କ ଛୋଟ ଛୋଟ ଶିଶୁ ଅଛନ୍ତି | ସ୍ୱାମୀଙ୍କ ଶହୀଦ ହେବା କଥା ଶୁଣି ସ୍ତ୍ରୀ କାନ୍ଦି କାନ୍ଦି ତାଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଥିଲା | ଶହୀଦଙ୍କ ପତ୍ନୀ କହିଥିଲେ ଯେ, ବୁଢାର ଦିନ ଯମୁନା ଫୋନ କରିଥିଲେ, ସବୁ ଠିକ ଅଛି ବୋଲି କହିଥିଲେ ଏବଂ ଗୁରୁବାର ଦିନ ତାଙ୍କ ଶହୀଦ ହେବା ଖବର ଆସିଥିଲା | ସେନାର ଯବାନ ଫୋନ କରି କହିଥିଲେ ଯେ, ଯମୁନାଙ୍କ ଘରକୁ କିଛି ଜିନିଷ ପଠାଇବାର ଅଛି | ଫୋନ କରିକି ସେ ତାଙ୍କ ଘରର ଠିକଣା ମାଗିଥିଲେ | ଘରକୁ ଆସି ଯବାନ କିଛି ଜିନିଷ ଆଣିନଥିଲେ ବରଂ ପୁଅ ଶହୀଦ ହେବା ଖବର ନେଇ ଆସିଥିଲେ | ପୁଅର ଶହୀଦ ହେବା ଖବର ପୁରା ପରିବାରକୁ ଦୋହଲାଇ ଦେଇଥିଲା |

ସେନାର ୬ କୁମାଉଁ ରେଜିମେଣ୍ଟର ଯମୁନା ପନେରୁ ବହୁତ ସାହସୀ ଥିଲେ | ୨୦୧୨ ମସିହାରେ ଏଭେରେଷ୍ଟ ଚଢ଼ିଥିଲେ | ତାଙ୍କୁ ପାହାଡ ଚଢିବା ବହୁତ ପସନ୍ଦ ଥିଲା | ବିପଦ ସହ ଲଢ଼ିବା ଯେଭଳି ତାଙ୍କର ଏକ ଅଭ୍ୟାସ ଥିଲା | ସେ ପିଲାଦିନୁ ହିଁ ବହୁତ ପ୍ରତିଭାବାନ ଥିଲେ |

ଶହୀଦଙ୍କ ପାର୍ଥିବ ଶରୀର ଶନିବାର ଦିନ ଉତ୍ତରାଖଣ୍ଡରେ ପହଞ୍ଚିବ | ଶୁକ୍ରବାର ଦିନ ଶହୀଦଙ୍କ ପାର୍ଥିବ ଶରୀର ଶ୍ରୀନଗରରେ ପହଞ୍ଚିଥିଲା ଏବଂ ଶନିବାର ସନ୍ଧ୍ୟା ସୁଦ୍ଧା ଶହୀଦଙ୍କ ଗାଁକୁ ପହଞ୍ଚିବାକୁ ଅନୁମାନ କରାଯାଇଛି | ଜନ୍ମମାଟିରେ ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପୁରା ସେନା ସମ୍ମାନ ସହ ଶହୀଦଙ୍କୁ ଅନ୍ତିମ ବିଦାୟ ଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.