Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଏବେ ଯାଏଁ ୧୬ ଜଣଙ୍କ ମୃତ୍ୟୁ, ଭାସିଗଲା ନିର୍ମାଣାଧୀନ ପୋଲ

19/10/2021 at 2:50 PM

ନୈନିତାଲ ୧୯/୧୦ : ସାରା ଦେଶରେ ବର୍ଷା ଜାରି ରହିଛି। ଉତ୍ତରାଖଣ୍ଡରୁ କେରଳ ଯାଏଁ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଉତ୍ତରାଖଣ୍ଡ ବଦ୍ରୀନାଥ ହାଇୱେର ଏକ ଭିଡିଓ ସାମ୍ନାକୁ ଆସିଛି। ରାଜ୍ୟରେ ୨ ଦିନ ହେଲା ଲଗାତାର ବର୍ଷା ହେଉଛି। ବର୍ଷାରେ ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହେଲାଣି।

ସୋମବାର ସନ୍ଧ୍ୟାରେ ହାଇୱେ ନିକଟରେ ଲାମବଗଡ ନାଳରେ ଫସି ରହିଥିବା ଏକ କାରକୁ କ୍ରେନ ସାହାଯ୍ୟରେ ବାହାର କରାଯାଇଥିଲା। କାରରେ ଯାତ୍ରୀ ଥିଲେ। ଭୂସ୍ଖଳନ ଯୋଗୁଁ କାର ନାଳରେ ଫସି ଯାଇଥିଲା। ଉତ୍ତରାଖଣ୍ଡ ଚମ୍ପାବତରେ ଚଲ୍ଥି ନଦୀରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ନିର୍ମାଣାଧୀନ ପୋଲ ଭାସି ଯାଇଛି।

ରାଜ୍ୟରେ ୩ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଉତ୍ତରାଖଣ୍ଡ ସରକାର ପାଗ ଠିକ ହେବା ଯାଏଁ ଚାର ଧାମ ଯାତ୍ରା ବନ୍ଦ କରିଦେଇଛନ୍ତି। ହିମାଳୟରେ ମନ୍ଦିର ଆଡକୁ ଯାଉଥିବା ଯାନବାହାନ ଅଟକାଇ ଦିଆଯାଇଛି। ନୈନିତାଲ ରାମଗଡ଼ ଗାଁରେ ବଦଳ ଫାଟିଥିବାବେଳେ ନୈନିତାଲ ହ୍ରଦରେ ଜଳ ସ୍ଥର ବୃଦ୍ଧି ପାଇଛି। ହ୍ରଦ ପାଣି ରାସ୍ତା ଉପରକୁ ମାଡି ଆସିଛି ଓ ଘରମାନଙ୍କରେ ପଶିଯାଇଛି।

କେରଳରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏଠାରେ ଅକ୍ଟୋବର ୧୨ ରୁ ୧୮ ତାରିଖ ମଧ୍ୟରେ ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୯୦ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ୭୦୨ ଘର କ୍ଷତି ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ଅନେକ ଲୋକ ଘର ହରାଇ ଅସହାୟ ହୋଇଯାଇଛନ୍ତି। ଡ୍ୟାମର ଜଳ ସ୍ଥର ବଢ଼ିବାରୁ ମଙ୍ଗଳବାର ସକାଳ ୬ଟା ରେ ଏର୍ଣ୍ଣାକୁଲମ ଜିଲ୍ଲାରେ ଇଦାମଲୟାର ଡ୍ୟାମର ଦୁଇଟି ଗେଟ ଖୋଲି ଦିଆଯାଇଛି।

   Related Posts