Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୪ ଦିନ ହେଲା ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ : ୭୧ ହେକ୍ଟର ଜମି ନଷ୍ଟ, ବିପଦରେ ବନ୍ୟଜନ୍ତୁ

27/05/2020 at 11:32 AM

ଡେରାଡୁନ ୨୭/୦୫ : ଦେଶରେ କରୋନା ମହାମାରୀ ଯୋଗୁଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | କରୋନା ବିରୋଧରେ ଯୁଦ୍ଧ ମଧ୍ୟ ଜାରି ରହିଛି | ଦେଶର ଅନ୍ୟ ରାଜ୍ୟ ଭଳି ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି | ଏହା ମଧ୍ୟରେ ରାଜ୍ୟକୁ ଆଉ ଏକ ସଙ୍କଟ ମାଡିଆସିଛି | ଗତ ୪ ଦିନ ହେଲା ଉତ୍ତରାଖଣ୍ଡ ଜଙ୍ଗଲ ଜଳୁଛି |

ଆକାଶରୁ ନିଆଁ ବର୍ଷା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି | ଜଙ୍ଗଲରେ ନିଆଁ ଲାଗିଥିବାରୁ ୪୫ ରୁ ଅଧିକ ମାମଲା ସାମ୍ନାକୁ ଆସିଛି | ନିଆଁ ଯୋଗୁଁ ୭୧ ହେକ୍ଟରରୁ ଅଧିକ ଜମି ନଷ୍ଟ ହୋଇଯାଇଛି | ଜଙ୍ଗଲରେ ନିଆଁ ଲାଗିଥିବା ହେତୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ରହିଛି | ଗତବର୍ଷ ମଧ୍ୟ ଏହିଭଳି ଜଙ୍ଗଲରେ ନିଆଁ ଲାଗିଥିଲା | ଯାହାଫଳରେ ଏକର ଏକର ଜମି ନଷ୍ଟ ହୋଇଯାଇଥିଲା |

କୁମାଉ ଅଞ୍ଚଳରେ ନିଆଁ ଲାଗିବାରୁ ପାଖାପାଖି ୨୧ ଘରାନା ସାମ୍ନାକୁ ଆସିଛି | ଅପରପକ୍ଷରେ ଗଢୱାଲ ଜଙ୍ଗଲରେ ନିଆଁ ଲାଗି ୧୬ ମାମଲା ସାମ୍ନାକୁ ଆସିଛି | ସୂଚନା ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି | ଉତ୍ତରଖଣ୍ଡ ଜଙ୍ଗଲରେ ଲାଗିଁଥବା ନିଆଁର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ବିଭାଗ ଦ୍ୱାରା ହୋଇଥିବା ଆନୁମାନିକ କ୍ଷତି ପ୍ରାୟ ୧ ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି |

   Related Posts