Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏକାଠି ରହିବେ କିନ୍ତୁ ବାହା ହୋଇପାରିବେ ନାହିଁ, ସମଲିଙ୍ଗୀ ଦମ୍ପତ୍ତିଙ୍କ ସମ୍ପର୍କରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

19/06/2020 at 5:48 PM

ଡେରାଡୁନ, ୧୯|୦୬:  ବିବାହ ବନ୍ଧନରେ ବାନ୍ଧି ନହେଲେ ମଧ୍ୟ ସମଲିଙ୍ଗୀ ଦମ୍ପତି ଏକାଠି ରହିପାରିବେ ବୋଲି କହିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଏପରିକି ସେମାନେ ବାହା ହେବା ନହେବା ସେମାନଙ୍କ ଉପରେ ନିର୍ଭର କରେ ବୋଲି କୋର୍ଟ କହିଛନ୍ତି ।  

ଗତ ୧୨ ତାରିଖରେ କୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ ଯେ, ସମଲିଙ୍ଗୀ ଦମ୍ପତି ଏକାଠି ହୋଇ ଗୋଟିଏ ଘରେ ବସବାସ କରିପାରିବେ । କିନ୍ତୁ ସେମାନେ ବିବାହ କରିବାକୁ ବାଧ୍ୟ ନୁହଁନ୍ତି । ଏହା ସତ୍ତ୍ୱେ ସେମାନଙ୍କୁ ଏକତ୍ର ବସବାସ କରିବାକୁ ଅନୁମତି ମିଳିବ । ଜଣେ ମହିଳାଙ୍କ ପିଟିସନର ଶୁଣାଣି କରି କୋର୍ଟ ଏହା କହିଥିଲେ । ମହିଳାଜଣଙ୍କ କୋର୍ଟରେ ପିଟିସନ ଦାଖଲ କରିଥିଲେ ଯେ,  ତାଙ୍କ ସାଥୀଙ୍କୁ ମାଆ ଓ ଭାଇ ବଳପୂର୍ବକ ଅଟକ ରଖିଥିଲେ । ତେବେ ଉଭୟ ୨୦୧୬ରୁ ଏକତ୍ର ବସବାସ କରୁଥିଲେ ।

କୋର୍ଟ ଏହାର ଶୁଣାଣି କରି କହିଥିଲେ ଯେ, ସମଲିଙ୍ଗୀ ଦମ୍ପତି ଏକାଠି ରହିପାରିବେ । ଏହା ସେମାନଙ୍କ ଅଧିକାର । ତେବେ ବିବାହ ହେଉଛି ସେମାନଙ୍କ ବ୍ୟକ୍ତିଗତ ଇଛା । ସେମାନେ କାହାକୁ ଓ କେବେ ବିବାହ କରିବେ ଏହା ତାଙ୍କର ବ୍ୟକ୍ତିଗତ ମାମଲାର ପରିଧିରେ ଆସୁଛି । ଏହାସହ କୋର୍ଟ କହିଛନ୍ତି ଯେ.  ଲିଭ୍ ଇନ୍ ରିଲେସନସିପ୍ ସମ୍ପର୍କ ଘରୋଇ ହିଂସା ଅଧିନିୟମ ଦ୍ୱାରା ସଂରକ୍ଷିତ । ନିଜ ସାଥି ବାଛିବା ପାଇଁ ଜଣଙ୍କୁ ସ୍ୱାଧିନତା ଦିଆଯାଇଛି । ସମଲିଙ୍ଗୀ ଦମ୍ପତି ଏକାଠି ବସବାସ କରିବା ଅପରାଧ ନୁହେଁ । ଏହା ଅନୁଚ୍ଛେଦ ୨୧ ଅଧିନରେ ଆସୁଛି ।

ଆବେଦନ କରିଥିବା ମହିଳା ମେ ୨୭ରେ କହିଥିଲେ ଯେ, ସେ ତାଙ୍କ ସାଥିଙ୍କ ସହ ରହିବାକୁ ଚାହାଁନ୍ତି । କିନ୍ତୁ ସାଥୀଙ୍କ ମାଆ ଓ ଭାଇ ଜବରଦସ୍ତି ଅଟକ ରଖିଛନ୍ତି । ତେବେ ଜୁନ ୮ରେ ସେ ନିଜ ପ୍ରତିକ୍ରିୟା ଫେରସ୍ତ ନେବା ସହ ସାଥିଙ୍କ ସହ ରହିବାକୁ ଚାହୁଁନଥିବା କହିଥିଲେ ।

   Related Posts