Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଚଳିତବର୍ଷ ଶ୍ରାବଣରେ ହେବନି କାଉଡି ଯାତ୍ରା : ପ୍ରତିବନ୍ଧକ ଲଗାଇଲେ ସରକାର

2/07/2021 at 2:51 PM

ଉତ୍ତରାଖଣ୍ଡ ୨/୭ : ଉତ୍ତରାଖଣ୍ଡର ତିରଥ ସିଂ ରାୱତ ସରକାର ମଧ୍ୟ ଚଳିତ ବର୍ଷ କାଉଡି ଯାତ୍ରା ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏବର୍ଷ ମଧ୍ୟ ବିଗତ ବର୍ଷ ଭଳି ଯାତ୍ରାକୁ ବାତିଲ କରାଯଇଛି । କରୋନା ମହାମାରୀର ତୃତୀୟ ଲହର ଓ ନୂତନ ପ୍ରକାରକୁ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତିବର୍ଷ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଶିବ ଭକ୍ତ କାଉଡି ଭାର ନେଇ ଗଙ୍ଗା ଜଳ ଆଣିବା ପାଇଁ ହରିଦ୍ୱାରକୁ ଆସୁଥାନ୍ତି ।

ତେବେ ଗତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି କାଉଡି ଯାତ୍ରାରେ କଟକଣା ଜାରି ହୋଇଥିଲା । ଉତ୍ତରାଖଣ୍ଡ ସରକାର କାଉଡି ଯାତ୍ରା ବାତିଲ କରିବା ନେଇ ଡିଡି କହିଛନ୍ତି ଯେ ଏପର୍ଯ୍ୟନ୍ତ ସରକାରଙ୍କ ଲିଖିତ ଆଦେଶ ପୋଲିସ ବିଭାଗକୁ ଆସିନାହିଁ । କାଉଡି ଯାତ୍ରା ହେବ କି ନାହିଁ, ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତୁତି କରିଛୁ । ଆମେ ଦେଖିଛୁ କେଉଁ ସୀମାରୁ ଲୋକେ ଆସିବେ, ଆମ ସେଠାରେ ପୋଲିସ ସେଠାରେ ମୁତୟନ କରିବୁ ।

   Related Posts