ଏମିତି ସାପ ଦେଖିଛନ୍ତି ? ଉତ୍ତରାଖଣ୍ଡରେ ଏକ ଘରୁ ବାହାରିଲା ବିରଳ ନାଲି କୋରାଲ କୁକ୍ରି ସାପ

Published By : Prameya-News7 Bureau | August 09, 2020 IST

ଡେରାଡୁନ ୦୯।୦୮: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ଜଙ୍ଗଲ ବିଭାଗ ଶୁକ୍ରବାର ଲାଲ ରଙ୍ଗର ଏକ ବିରଳ ପ୍ରଜାତିର ରେଡ୍ କୋରାଲ କୁକ୍ରି ସାପ ଉଦ୍ଧାର କରିଛନ୍ତି। ଏହି ସାପଟିକୁ ନୈନିତାଲର ବିନ୍ଦୁଖତ୍ତା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଜଙ୍ଗଲ ବିଭାଗ ଧରିଛି।

ଜଙ୍ଗଲ ବିଭାଗ ଅନୁଯାୟୀ, ୧୯୩୬ ମସିହାରେ ପ୍ରଥମ ଥର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଅଞ୍ଚଳରେ ଏହି ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଥିଲା। ଏହାର ବୈଜ୍ଞାନିକ ନାମକରଣ ଓଲିଗୋଡୋନ ଖେରିଏନସିସ୍ ରଖାଯାଇଥିଲା। ଏହାର ନାମରେ ‘କୁକ୍ରି’ସଫିକ୍ସ ଗୋରଖର କୁକ୍ରି କିମ୍ବା ବକ୍ର ଛୁରୀରୁ ଆସିଥାଏ କାରଣ ଏହାର ଦାନ୍ତ କୁକ୍ରିର ବ୍ଲେଡ ପରି ବକ୍ର ହୋଇ ରହିଥାଏ।

ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ) ନୀତିଶ ମଣି ତ୍ରିପାଠୀ କହିଛନ୍ତି, ଶୁକ୍ରବାର ସକାଳେ ଗଉଲା ଫରେଷ୍ଟ ରେଞ୍ଜ ପାଖକୁ ନୈନିତାଲ ଜିଲ୍ଲାର ବିନ୍ଦୁଖତ୍ତା ଅଞ୍ଚଳର ଖୁରିଆ ଖଟ୍ଟା ଗାଁର ନିବାସୀ କବିନ୍ଦ୍ର କୋରାଙ୍ଗ ଘରେ ସାପ ପସିଥିବା ଖବର ଆସିଥିଲା। ଏହା ପରେ ଟିମ୍ ଯେତେବେଳେ ସାପ୍‌ଟିକୁ ଧରିବାକୁ ଉକ୍ତ ଗାଁକୁ ଗଲେ, ଗ୍ରାମବାସୀ ସାପଟିକୁ ଧରି ଏକ ପ୍ଲାଷ୍ଟିକ ବସ୍ତା ଭିତରେ ରଖିଥିଲେ।

ତ୍ରିପାଠୀ କହିଛନ୍ତି ସାପଟିକୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପରେ  ଟିମ୍‌ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ। ଏହା ଏକ ବିରଳ ପ୍ରଜାତିର ରେଡ୍ କୋରୋ କୁକ୍ରି ସାପ ଥିଲା। ଟିମ୍ ସାପଟିକୁ ଧରି ଘଞ୍ଚ ଜଙ୍ଗଲରେ ଛାଡି ଦେଇଛନ୍ତି।

ଡେରାଡୁନ ସ୍ଥିତ ଓ୍ଵାଇଲ୍‌ଡ ଲାଇଫ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆ(WII)ର ବନ୍ୟପ୍ରାଣୀ ବିଶେଷଜ୍ଞ ଭିପୁଲ ମୌର୍ଯ୍ୟ କହିଛନ୍ତି ଏହା ଏକ ବିରଳ ପ୍ରଜାତିର ସାପ। ଉତ୍ତରାଖଣ୍ଡରେ ଏ ପର୍ଯ୍ୟନ୍ତ ଏହି ସାପକୁ ଦୁଇ ଥର ଉଦ୍ଧାର କରାଯାଇଛି।

ପ୍ରଥମ ଥର ୨୦୧୫ରେ ତେରାଇ ଇଷ୍ଟ ଫରେଷ୍ଟ ଡିଭିଜନର ସୁରାଇ ଫରେଷ୍ଟ ରେଞ୍ଜରେ ଏହି ସାପକୁ ଦେଖିବାକୁ ମିଳିଥିଲା। ରେଡ କୋରାଲ କୁକ୍ରି ସାପ Wildlife Protection Act 1972ର ଧାରା ୪ ଅନ୍ତର୍ଗତ ଆସିଥାଏ। ଏହି ଧରଣ ସାପର ରଙ୍ଗ ଲାଲ କିମ୍ବା କମଳା ରଙ୍ଗର ହୋଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.