Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଉତ୍ତରାଖଣ୍ଡରେ ଜଳପ୍ରଳୟ : ୫୨ ମୃତ, ପାଣିରେ ବୁଡିଛି ବଜାରଘାଟ

21/10/2021 at 8:13 AM

ଡେରାଡୁନ, ୨୧/୧୦:  ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ପରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି । ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏବେସୁଦ୍ଧା ୫୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରାସ୍ତାଘାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ବଜାରଘାଟ ସବୁ ପାଣିରେ ବୁଡି ରହିଛି । ଅନେକ ବ୍ୟକ୍ତି ଖାଦ୍ୟପେୟ ମଧ୍ୟ ପାଉନାହାଁନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟା ୬ଟା ପରେ ଜଳସ୍ତର ବଢିଥିଲା । ଏନେଇ ଦୋକାନୀଙ୍କୁ ସତର୍କ କରାଯାଇଥିଲା । ତଥାପି ବଜାରଘାଟ ବୁଡି ଯାଇଥିଲା । ଅନେକ ବ୍ୟକ୍ତି ଏପରି ବନ୍ୟା ଦେଖିନଥିବା କହିଛନ୍ତି । ଆଉ କିଛି ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସେ ଟ୍ରାକ୍ଟର ଜରିଆରେ ଯିବା ଆସିବା କରୁଛନ୍ତି । ଏଥିପାଇଁ ଟ୍ରାକ୍ଟର ଡ୍ରାଇଭର ଅଧିକ ଅର୍ଥ ମଧ୍ୟ ଦାବି କରୁଛନ୍ତି । ଏହାସତ୍ତ୍ୱେ ପାଣିରେ ବୁଡି ଯିବାର ଭୟ ରହିଛି । ରାଜ୍ୟର ପାହାଡିଆ ଅଞ୍ଚଳରେ ପାଣି କମିଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । କେଉଁଆଡେ ଯିବାକୁ ହେଲେ ବନ୍ୟାଜଳ ଦେଇ ଯିବାକୁ ପଡୁଛି ।

ରାଜ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି । ୧୩୦୦ରୁ ଅଧିକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏନଡିଆରଏଫ ତରଫରୁ ଫଟୋ ସେୟାର ହୋଇଛି । ଯେଉଁଥିରେ ରାସ୍ତା ସାରା କାଦୁଅ ଓ ଆବର୍ଜନା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।

ସରକାରୀ ତଥ୍ୟ ଅନୁସାରେ, ପର୍ଯ୍ୟଟକଙ୍କ ସମେତ ଅନେକ ଏବେବି ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ୧୦ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

   Related Posts