ଇସ୍ତଫା ଦେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂହ ରାଓ୍ବତ ! ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | July 02, 2021 IST

ହରିଦ୍ବାର ୦୨/ ୦୭ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ତୀରଥ ସିଂହ ରାଓ୍ବତ । ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ତୀରଥ ସିଂ ରାଓ୍ବତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଇସ୍ତଫା ଦେବାକୁ ଚାହୁଁଥିବା କହିଛନ୍ତି ତୀରଥ୍‌ ସିଂହ ରାଓ୍ବତ । ଚିଠି ଲେଖି ତୀରଥ୍ ସିଂହ ରାଓ୍ବତ କହିଛନ୍ତି, ‘ଭାରତୀୟ ସମ୍ପିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାର ଥିଲା । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠା​‌ରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ନଦେଖାଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛି’।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଏବଂ ଆଉ ୨ ଜଣ ବିଜେପି ନେତାଙ୍କୁ ଦିଲ୍ଲୀ ଡକାଯାଇଛି । ତୀରଥ ସିଂହ ରାଓ୍ବତଙ୍କ ବ୍ୟତିତ ୨ ବରିଷ୍ଠ ବିଜେପି ନେତା ସତପାଲ ମହାରାଜ ଏବଂ ଧନ ସିଂହ ରାଓ୍ବତଙ୍କୁ ଦିଲ୍ଲୀ ଡକାଯାଇଛି । କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଦିଲ୍ଲୀ ଆସିଥିଲେ । ସେବେଠାରୁ ଉତ୍ତରାଖଣ୍ଡରେ କିଛି ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.