ଏଥର ବି ହବନି ଚାରଧାମ୍ ଯାତ୍ରା: କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରା ବାତିଲ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 29, 2021 IST

ଡେରାଡୁନ ୨୯/୦୪ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଗୁରୁବାର ଦିନ ଚାରଧାମ ଯାତ୍ରା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖରେ ମନ୍ଦିର କବାଟ ଖୋଲିବ ଓ କେବଳ ପୂଜାର୍ଚ୍ଚନା ହେବ କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ ଚାରଧାମ ଯାତ୍ରା ସମ୍ଭବ ନୁହେଁ। ଆଗାମୀ ମେ'୧୫ ରୁ ଯାମୁନେତ୍ରୀ ମନ୍ଦିର କବାଟ ଖୋଲିବ ସହ ଚାରଧାମ ଯାତ୍ରା ଆରମ୍ଭ ହେବାକୁଥିଲା। ଗତ ବର୍ଷ ମଧ୍ୟ ଉତ୍ତରାଖଣ୍ଡ ସରକାର କରୋନା ମହାମାରୀ ଯୋଗୁଁ ମେ'ରେ ଚାରଧାମ ଯାତ୍ରା ସ୍ଥଗିତ କରିଦେଇଥିଲେ। ଏହାପରେ ଜୁଲାଇ ୧ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଚାରଧାମ ଯାତ୍ରା ଆରମ୍ଭ ହୋଇଥିଲା। ଜୁଲାଇ ଅନ୍ତିମ ସପ୍ତାହରେ ରାଜ୍ୟ ସରକାର କିଛି ସର୍ତ୍ତ ସହ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଯାତ୍ରା ଅନୁମତି ଦେଇଥିଲେ।

{"id":445969,"sizeSlug":"large","linkDestination":"none"}

ଚାରଧାମ ଯାତ୍ରା ସ୍ଥଗିତ ହୋଇଥିବା ଘୋଷଣା ପରେ ଶ୍ରଦ୍ଧାଳୁମାନେ ବୁକ କରିଥିଲେ ହୋଟେଲ କୟାନସେଲ ହେବ। ଏଥିରେ ଗଢବାଲ ମଣ୍ଡଳ ବିକାଶ ନିଗମ ସମେତ ପ୍ରାଇଭେଟ ହୋଟେଲ ବୁକିଂ ମଧ୍ୟ ସାମିଲ ଅଛି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଯାଏଁ ସ୍ଥିତିକୁ ଦୃଷ୍ଟିରେ ରଖି ଅନୁମାନ କରାଯାଇଥିଲା ଯେ ଚଳିତ ବର୍ଷ ବିଆ କୌଣସି ବାଧାରେ ଚାରଧାମ ଯାତ୍ରା ହେବ। କିନ୍ତୁ ଏପ୍ରିଲ ମାସରେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଇଥିବା କରୋନା ମାମଲା ଯୋଗୁଁ ଏବର୍ଷ ମଧ୍ୟ ଗତବର୍ଷ ଭଳି ଯାତ୍ରା ଆରମ୍ଭ ହେବା ପୂର୍ବରୁ କ୍ୟାନସେଲ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତବର୍ଷ କରୋନା ଯୋଗୁଁ ପାଖାପାଖି ୩ ଲକ୍ଷ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଚାରଧାମ ଯାତ୍ରା ୨୦୨୦ ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ୨୦୧୯ ମସିହାରେ ରେକର୍ଡ ସଂଖ୍ୟକ ୩୨ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.