ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା

Published By : Prameya-News7 Bureau | February 07, 2021 IST

ଡେରାଡୁନ ୭।୨: ଉତ୍ତରାଖଣ୍ଡ  ଚାମୋଲି ଜିଲ୍ଲାରେ ରବିବାର ଗ୍ଲାସିୟର ତରଳିବା ଯୋଗୁ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଧୌଳୀ ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁ ନିକଟରେ ଥିବା ରେନୀ ଗାଁରେ ଏକ ନିର୍ମାଣାଧୀନ ଶକ୍ତି ପ୍ରକଳ୍ପ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଛି। ଏହି ପ୍ରକଳ୍ପରେ କାମ କରୁଥିବା ଅନେକ ଲୋକେ ନିଖୋଜ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନୁନ୍ୟ ୨୬ କିଲୋମିଟର ଦୂରରେ ଥିବା ଯୋଶୀମଠରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

{"id":405183,"sizeSlug":"large","linkDestination":"none"}

ବରଫ ତରଳି ହୋଇଥିବା ବନ୍ୟାରେ ଅନେକ ଘରଦ୍ୱାର ଭାସି ଯାଇଥିବା ବେଳେ ଦେଢ ଶହ ଲୋକେ ନିଖୋଜ ଅଛନ୍ତି। କିଛି ଲୋକଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ନିମନ୍ତେ ସେନା ଓ ଆଇଟିବିପି ଜବାନଙ୍କୁ ନିୟୋଜିତ କରାଯାଇଛି। ପ୍ରାକୃତିକ ବିତ୍ପାତରେ ପ୍ରାଣ ହରାଇଥିବା ଲୋକଙ୍କ ଲାଗି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

{"id":405184,"sizeSlug":"large","linkDestination":"none"}

ସେପଟେ ଘଟଣାକୁ ନେଇ ସୋସିଆଲରେ ପୁରୁଣା ଭିଡିଓ ଭାଇରାଲ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ଲାଗି ଏହା ଦ୍ୱିତୀୟ ଭୟାନକ ପ୍ରାକୃତିକ ବିତ୍ପାତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏଭଳି ଭିଡିଓ ସେୟାର କରି ପରିସ୍ଥିତିକୁ ଜଟିଳ ନ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

{"id":405185,"sizeSlug":"large","linkDestination":"none"}

ପାହାଡି ବନ୍ୟା ଅନେକ ପୋଲ ଭସେଇ ନେଇଛି। ଏଣୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଯେଉଁ ପର୍ଯ୍ୟନ୍ତ ସମ୍ଭବ ହେଉଛି ସେ ପର୍ଯ୍ୟନ୍ତ ସଡକ ମାର୍ଗରେ ଯୋଗାଯୋଗ କରି ରିଲିଫ ଓ ଉଦ୍ଧାରକାରୀ ଦଳଙ୍କୁ ପହଞ୍ଚାଇବା ଲାଗି  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ସମ୍ଭବ ନ ହେଉଛି ସେଠାରେ ହେଲିକପ୍ଟର ଯୋଗେ ପ୍ରାଭାବିତ କ୍ଷେତ୍ରକୁ ପହଞ୍ଚିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟାଜନିତ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ଆକଳନ କରିଛନ୍ତି। ଆଇଟିବିପି ଜବାନଙ୍କ ସୂଚନାକୁ ଆଧାର କରି ଏହି ଆକଳନ କରାଯାଇଥିବା ବେଳେ ବାସ୍ତବ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ। ତେବେ ଉଦ୍ଧାର କାର୍ଯ୍ୟ ଅବ୍ୟହତ ରହିଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.