ମନ୍ତ୍ରୀଙ୍କ ଅଜବ କାରନାମା : ମୁହଁରେ ନାହିଁ ମାସ୍କ, କିନ୍ତୁ ପାଦରେ ଝୁଲୁଛି, ଫଟୋ ଭାଇରାଲ ପରେ ଭଡକିଲେ ଲୋକେ

Published By : Prameya-News7 Bureau | July 16, 2021 IST

ଉତ୍ତରାଖଣ୍ଡ ୧୬/୦୭: କରୋନା ପାଇଁ ମୁହଁରେ ପିନ୍ଧାଯାଏ ମାସ୍କ । ହେଲେ ଆମର ନେତା କିନ୍ତୁ ପାଦରେ ମାସ୍କ ପିନ୍ଧୁଛନ୍ତି । ଏକଥା ଆମେ କହୁନୁ ବରଂ ଏକଥା ସୋସିଆଲ ମିଡିଆରେ ଟ୍ରୋଲ ହେଉଛି । ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ହତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ଫଟୋ । ମନ୍ତ୍ରୀ ସ୍ୱାମୀ ୟତିଶ୍ୱରନନ୍ଦଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଏହି ଭାଇରାଲ ଫଟୋରେ ମନ୍ତ୍ରୀ କିପରି ମୁହଁରେ ନ ପିନ୍ଧି ଗୋଡ ଆଙ୍ଗୁଠିରେ ଝୁଲାଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଫଟୋରେ ମନ୍ତ୍ରୀ ସ୍ୱାମୀ ୟଥେଶ୍ୱରାନନ୍ଦ ନୁହେଁ କ୍ୟାବିନେଟ ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ସୁବୋଧ ୟୁନିୟାଲ ଏବଂ ବିଶ୍ୱ ସିଂ ଚୁଫାଲ ମଧ୍ୟ ନଜର ଆସିଛନ୍ତି ।

ଅନ୍ୟମାନେ ମଧ୍ୟ ବିନା ମାସ୍କରେ ଏଠାରେ ବସିଥିବା ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ପରେ ଲୋକେ ମନ୍ତ୍ରୀଙ୍କୁ ଅନେକ କିଛି କମେଣ୍ଟସ ଦେଉଛନ୍ତି । ବିରୋଧ କରି କୁହାଯାଉଛି ଯେ ସମସ୍ତ ନିୟମ ଏବଂ ନିୟମ କେବଳ ଜନସାଧାରଣଙ୍କ ଉପରେ ଲାଗୁ କରାଯିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ କୌଣସି ଅର୍ଥ ନାହିଁ ।

wp:html /wp:html

ସେପଟେ ସରକାରଙ୍କୁ ବିରୋଧ କରୁଥିବା ଲୋକେ କୋଭିଡ ପ୍ରୋଟୋକଲକୁ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି କହିଛନ୍ତି । କଂଗ୍ରେସ ବିଧାୟକ କାଜୀ ନିଜାମୁଦ୍ଦିନ କହିଛନ୍ତି ଯେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ୟଥେଶ୍ୱରାନନ୍ଦଙ୍କ ଗୋଡରେ ମାସ୍କ ଟାଙ୍ଗିଥିବା ଚିତ୍ର ଦର୍ଶାଉଛି ଯେ ସେ ଏବଂ ତାଙ୍କ ସରକାର COVID-19 ନିର୍ଦ୍ଦେଶାବଳୀକୁ ସେମାନଙ୍କ ପାଦ ତଳେ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.