ସ୍ପଷ୍ଟ ଦିବାଲୋକରେ ଶୋ'ରୁମରେ ପଶି ସେଲ୍ସ ଗାର୍ଲଙ୍କୁ ଛୁରି ଭୁଷିଲା ଦୁର୍ବୃତ୍ତ, ନିଶ୍ୱାସ ଚାଲୁଥିବା ଯାଏ ଭୁଷି ଚାଲିଥିଲା ଚାକୁ

Published By : Prameya-News7 Bureau | October 18, 2019 IST

କାଶୀପୁର : ଉତ୍ତରାଖଣ୍ଡ କାଶୀପୁର ମୋବାଇଲ ଶୋ' ରୁମ ସେଲ୍ସ ଗାର୍ଲ ହତ୍ୟାକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଛୁରି ଧରି ଶୋ' ରୁମ ଭିତରକୁ ପଶିବା ସହ ସେଲ୍ସ ଗାର୍ଲଙ୍କ ନିଶ୍ୱାସ ଥମିବା ପର୍ଯ୍ୟନ୍ତ ଛୁରି ଭୂଷି ଚାଲିଥିଲା। ତେବେ କେହିବି ଯୁବତୀଙ୍କୁ ଦୁର୍ବୃତ୍ତ କବଳରୁ ରକ୍ଷା କରିବାକୁ ଆଗେଇ ନ ଆସିବା ଘଟଣାକୁ  ଅଧିକ ସନ୍ଦେହାସ୍ପଦ କରିଛି।  

{"id":171599}

ଦୁର୍ବୃତ୍ତ ଯୁବତୀଙ୍କ ଦେହରେ ୮ଥର ଛୁରି ଭୂଷିଥିବା ପୋଲିସ ତଦନ୍ତ ବେଳେ ଜାଣିପାରିଛି। ଦୋକାନରେ ଯୁବତୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବେଶ ସମୟ ଧସ୍ତାଧସ୍ତି ହୋଇଥିଲା। ଯୁବତୀ ନିଜକୁ ରକ୍ଷା କରିବା ଲାଗି ବେଶ ପ୍ରୟାଶ ବି କରିଥିବା ଦୋକାନର ପରିବେଶରୁ ଜଣାପଡିଛି। ସୋକେଶ ଓ ଦୋକାନ ଚଟାଣରେ ଯୁବତୀଙ୍କ ରକ୍ତଦାଗ ପଡିଥିବା ଦେଖାଯାଇଛି। ତେବେ ହତ୍ୟାକାରୀ ଏକାକୀ ଥିଲା କି ଅନେକ ଥିଲେ ତାହା କିନ୍ତୁ ସ୍ପଷ୍ଟ ହୋଇପାରିନି।

{"id":171600}

ମୃତ ସେଲ୍ସ ଗାର୍ଲଙ୍କୁ ପୋଲିସ ପିଙ୍କି ରାବତ ଭାବେ ଚିହ୍ନଟ କରିଛି। ତେବେ ମୋବାଇଲ ଶୋ' ରୁମରେ ସିସିଟିଭି କ୍ୟାମେରା ନଥିବାରୁ ଦୁର୍ବୃତ୍ତ ସମ୍ପର୍କରେ ପୋଲିସକୁ କୌଣସି ସୁରାକ ମିଳିପାରିନି। ଦୋକାନ ସାମ୍ନା ଘରେ ସିସିଟିଭି କ୍ୟାମେରା ଲାଗିଛି। ହେଲେ ତାହା କାମ କରୁନଥିବା ପୋଲିସ ଯାଞ୍ଚ ବେଳେ ଜଣାପଡିଛି। ସେହିପରି ପାଖଆଖରେ କୌଣସିସ୍ଥାନରେ ସିସିଟିଭି ନଥିବାରୁ ଦୁର୍ବୃତ୍ତକୁ ଠାବ କରାଯାଇପାରୁନଥିବା ତଦନ୍ତକାରୀ ଅଧିକାରୀ କହୁଛନ୍ତି।

{"id":171601}

ପିଙ୍କି ହତ୍ୟାର ରହସ୍ୟ ତା ମୋବାଇଲ ଫୋନରେ ଥାଇପାରେ। ପିଙ୍କି ମୃତ ଦେହ ନିକଟରୁ ପୋଲିସ ତାର ମୋବାଇଲ ଫୋନକୁ ଜବତ କରିଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି। ପିଙ୍କି ପୌଡି ତହସିଲ ଧୂମାକୋଟ ଦିଗୌଲୀଖାଲ ଗ୍ରାମର ମନୋଜ ରାବତଙ୍କ ଝିଅ। ସେ ଗତ ୩ ମାସ ହେଲା ମନିଷ ଚାୱାଲାଙ୍କ ଏହି ଶୋରୁମରେ କାମ କରୁଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ମନିଷ ପୋଲିସକୁ ଫୋନ କରି ତାଙ୍କ ସୋ ରୁମରେ କାମ କରୁଥିବା ସେଲସ ଗାର୍ଲକୁ କେହି ହତ୍ୟା କରିଥିବା ସୂଚନା ଦେଇଥିଲା। ସେହିପରି ମନିଷ ଶୋ' ରୁମ ରୁ ୧୧ଟି ମୋବାଇଲ ଫୋନ ଗାୟବ ଥିବା ପୋଲିସକୁ କହିଛନ୍ତି। ଏଥିରୁ ଗୋଟିଏ ଗୋଟିଏ ମୋବାଇଲ ଫୋନର ଦାମ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ବୋଲି ମନିଷ କହିଛନ୍ତି। ତେବେ ଏହା ହତ୍ୟାକାଣ୍ଡ ଅଥବା କୌଣସି ଷଡଯନ୍ତ୍ର ସେ ନେଇ ପୋଲିସ ତଦନ୍ତ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.