Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମର ପୁନରାବୃତ୍ତି : ଉନ୍ନାଓରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜୀବନ୍ତ ଜଳାଇଲେ ଅଭିଯୁକ୍ତ

5/12/2019 at 12:30 PM

ଉନ୍ନାଓ ୪/୧୨: ଉତ୍ତରପ୍ରଦେଶର ଉନ୍ନାଓ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି। ଏଠାରେ ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ୍ ଢ଼ାଳି ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ୫ ଅଭିଯୁକ୍ତ ଗାଁ ବାହାରେ ପଡ଼ିଆରେ ଯୁବତୀଙ୍କୁ ପୋଡ଼ି ମାରଦେବାକୁ ଉଦ୍ୟମ କରୁଛନ୍ତି। ୫ଅଭିଯୁକ୍ତଙ୍କ ମଧ୍ୟରୁ ୩ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ୨ଜଣଙ୍କୁ ଖୋଜା ଚାଲିଛି। ଯୁବତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି ବୋଲି ଜଣାଯାଇଛି।

ପୀଡ଼ିତାଙ୍କ ଅବସ୍ଥା ଦେଖି ତାଙ୍କୁ ଲକ୍ଷ୍ନୌର ଟ୍ରୋମା ସେଣ୍ଟରକୁ ରେଫର କରି ଦିଆଯାଇଛି। ପୀଡ଼ିତାଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦୁଷ୍କର୍ମ କରାଯାଇଥିଲା। ପୋଡ଼ି ଦେଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୨ ଦୁଷ୍କର୍ମ କରିଥିବା ଅପରାଧି ସାମିଲ ଅଛନ୍ତି। ଯୁବତୀଙ୍କୁ ଜୀବନ୍ତ ପୋଡ଼ିଦେବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ସୂଚନା ପାଇବାପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା ଯେଉଁଠାରୁ ତାଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି।

ଅଭିଯୁକ୍ତମାନେ ଯୁବତୀଙ୍କୁ ଜଳାଇଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯେଉଁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ ସେମାନେ ଯୁବତୀଙ୍କୁ ଜୀବନ୍ତ ମାରି ଦେବାକୁ ଉଦ୍ୟମ କରିଛନ୍ତି। ଘଟଣାଟି ହେଉଛି ଉନ୍ନାଓ ଜିଲ୍ଲାର ବିହାର ଥାନା ଅଞ୍ଚଳର ହିନ୍ଦୁନଗର ଗାଁର।

ଏହି ଘଟଣା ପରେ ସମଗ୍ର ଉନ୍ନାଓରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଏବେ ଯାଏଁ ୫ରୁ ୩ଜଣଙ୍କୁ ଗିରଫ କରାଯାଇଛି। ୨ ଫେରାର ଅଛନ୍ତି। ଏହି ମାମଲାରେ ଯେଉଁ ଅଭିଯୁକ୍ତଙ୍କ ନାଁ ରହିଛି, ସେମାନଙ୍କ ମଧ୍ୟରୁ ଜଣେ ନିକଟରେ ଜାମିନରେ ମୁକୁଳି ଜେଲରୁ ବାହାରକୁ ଆସିଛି। ୨ ଅଭିଯୁକ୍ତ ନିଜର ୩ଜଣ ସାଥୀଙ୍କ ସହ ମିଶି ଏହି କାଣ୍ଡ ଭିଆଇଛନ୍ତି।

ଦୁଷ୍କର୍ମ ପୀଡ଼ିତା ଭାଟନ୍ ଗାଁର ଖେଡ଼ାରୁ ରେଲଓ୍ବେ ଷ୍ଟେସନକୁ ଚାଲି ଚାଲି ଯାଉଥିଲେ। ଅଭିଯୁକ୍ତମାନେ ବିଚ ରାସ୍ତାରେ ତାଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଇଥିଲେ। ଏବର୍ଷ ମାର୍ଚ୍ଚ ମାସରେ ୫ଜଣ ଯୁବକ ଏହି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ।  

   Related Posts