Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ମହଙ୍ଗା ପଡିଲା ଯବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଯୁବକକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ

29/11/2020 at 9:59 PM

ଲକ୍ଷ୍ନୌ ୨୯/୧୧ : ଉତ୍ତରପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ କିଛି ସ୍ଥାନୀୟ ଯୁବକ ମାଡ ମାରିଥିଲେ । ତେବେ ମାଡ ମାରିବା କାରଣରୁ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ତେବେ  ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡିଏମ ଏସପି ମୃତକଙ୍କ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ କରଯାଇଛି ।

ସୂଚନା ଅନୁସାରେ, ଶ୍ରାବସ୍ତି ଜିଲ୍ଲାର ଭିନଗା କୋଟୱାଲି ଅଞ୍ଚଳର ମଛରିହୱା ଗାଁରେ ଏହି ଘଟଣା ଘଟିଛି । ପୋଲିସ କହିଛି, ମୃତକ ଯୁବକ ହେଉଛନ୍ତି ୨୫ ବର୍ଷିୟ ଜଗତ୍ ରାମ ମୌର୍ଯ୍ୟ । ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କିଛି ଯୁବକ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ । ତେବେ ଜଗତ୍ ରାମ ଘଟଣାସ୍ଥଳରେ ହିଁ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସିତ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ମୌର୍ଯ୍ୟ କହିଛନ୍ତି ଯେ ମୃତକ ଜଗତ ରାମ ମୌର୍ଯ୍ୟ ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ଗାଁରେ ଏକା ରହୁଥିଲେ । କିଛି ଦିନ ହେଲା ଯୁବକ ଜଣକ ନିଜର ଏକ ଛୋଟ ଘର ତିଆରି କରି ସେଠାରେ ରହୁଥିଲେ । ଅଭିଯୋଗ ଅନୁଯାୟୀ, ଘର ସାମ୍ନାରେ ରହୁଥିବା ଶବୀର ଏବଂ କାଲିମ ଯୁବକଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିବା ସହ ମାରପିଟ ମଧ୍ୟ କରିଥିଲେ । ତେବେ ଏସପି ଏବଂ ଡିଏମ ଉକ୍ତ ସ୍ଥାନ ଯାଞ୍ଚ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରି ଛାନଭିନ ଜାରି ରଖିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସମେତ କୋତୱାଲି ଭିନଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ପରିବାରଙ୍କ ବୟାନ ରେକର୍ଡ କରିଛି । ବର୍ତ୍ତମାନ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ।

   Related Posts