Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ମରକଜରୁ ଫେରିବା ସମୟରେ ଟ୍ରେନ୍ ଓ ବସରେ ମିଠା ବାଣ୍ଟିଥିଲେ ଜମାତି, ଏବେ ଖାଇବା ଲୋକଙ୍କ ହେବ ସନ୍ଧାନ

10/04/2020 at 7:17 PM

ଆଗ୍ରା ୧୦।୦୪: ତବଲିଗି ଜମାତିଙ୍କ ବିଷୟରେ ଚକିତ କରିବା ଭଳି ଆଉ ଏକ ସୂଚନା ସାମ୍ନାକୁ ଆସିଛି। ଖବର ଏହା ଯେ, ଗତ ମାସରେ ଦିଲ୍ଲୀରେ ଜମାତ କାର୍ଯ୍ୟକ୍ରମରୁ ଫେରିବା ସମୟରେ ଏହାର ଅନେକ ସଦସ୍ୟ ଆଗ୍ରାର ପ୍ରସିଦ୍ଧ ମିଠା ପେଠା କିଣିଥିଲେ ଏବଂ ନିଜ ଯାତ୍ରା ସମୟରେ ସାଥୀ ଓ ସହଯାତ୍ରୀଙ୍କୁ ଖାଇବାକୁ ଦେଇଥିଲେ। ଆଗ୍ରାରେ ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସହରରେ କିଛି ମିଠା ବିକ୍ରେତା ପୋଲିସଙ୍କୁ କହିଛନ୍ତି ଯେ,  କିଛି ମୁସଲିମ ହୋଲି ଉତ୍ସବ ପରେ ବଡ ପରିମାଣରେ ମିଠା କିଣିଥିଲେ। ସେହି ସମୟରେ ଦିଲ୍ଲୀରେ ମଧ୍ୟ ଜମାତର ବୈଠକ ସମାପ୍ତ ହୋଇଥିଲା।

ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ଆମକୁ ସୂଚନା ମିଳିଛି ଜମାତର ଲୋକ ମିଠା ବାଣ୍ଟିଥିଲେ। ମୁସଲିମଙ୍କ ଲାଗି ବସ୍ ଓ ଟ୍ରେନରେ ସହ ଯାତ୍ରୀଙ୍କୁ ମିଠା ବାଣ୍ଟିବା ସ୍ଵାଭାବିକ କଥା ନୁହଁ। ଆମେ ଅନେକ ବସ୍  କଣ୍ଡକ୍ଟରଙ୍କ ସହ କଥା ହେଉଛୁ ଏବଂ ଯେଉଁ ଯାତ୍ରୀଙ୍କର ମାସିକ ପାସ୍ ରହିଛି ସେମାନଙ୍କୁ ମଧ୍ୟ ପଚରା ଉଚୁରା କରୁଛୁ।

ଅଧିକାରୀ କହିଛନ୍ତି ଯେ, ଅତି କମରେ ଦୁଇ ପେଠା ଦୋକାନ ମାଲିକ ପୋଲିସଙ୍କୁ କହିଛନ୍ତି ଯେ, ସେମାନେ ମାର୍ଚ୍ଚର ଦ୍ଵିତୀୟ ସପ୍ତାହରେ ଗ୍ରାହକଙ୍କୁ ପାଞ୍ଚରୁ ୧୦ କିଲୋଗ୍ରାମର ପେଠା ବିକ୍ରି କରିଥିଲେ। ଯଦି ମିଠା ବଣ୍ଟାଯାଇଥିବା ଖବର ପ୍ରମାଣିତ ହୁଏ ତେବେ ଜମାତିଙ୍କ ସହଯାତ୍ରୀଙ୍କୁ ଟ୍ରାକ୍ କରିବା ଏକ ବଡ ସମସ୍ୟା ହୋଇପାରେ। କୁହାଯାଉଛି, ସେମାନେ ବ୍ୟବସାୟୀ  ଓ ଓକିଲ ହୋଇ ପାରନ୍ତି, ଯେଉଁମାନେ ଦିଲ୍ଲୀ, ବରେଲୀ, ବନ୍ଦାୟୁ, ପିଲିଭିଟ ଓ ଶାହାଜହାନପୁର ମଧ୍ୟରେ ନିୟମିତ ଭାବେ ଯାତ୍ରା କରନ୍ତି। ଏହା ମଧ୍ୟ  ହୋଇପାରେ ଯେଉଁମାନେ ନିୟମିତ ବରେଲି, ଆଲିଗଡ, ବୁଲନ୍ଦସହର, ହାପୁଡ, ମେରଠ, ମୁଜଫରନଗର, ଗାଜିଆବାଦ ଆଦି ସ୍ଥାନରେ ପରିବାର ଓ ସଂପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ।

ତବଲିଗି ଜମାତ କାର୍ଯ୍ୟକ୍ରମରୁ ଫେରିଥିବା ଲୋକ ଉତ୍ତର ପ୍ରଦେଶର ପ୍ରାୟ ସମସ୍ତ ଅଞ୍ଚଳରୁ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ କରୋନା ଭାଇରସ୍ ଚିହ୍ନଟ ହୋଇଛନ୍ତି। ସେହି ଲୋକଙ୍କୁ ମଧ୍ୟ ସନ୍ଧାନ କରାଯାଉଛି, ଯେଉଁମାନେ ଜମାତିଙ୍କ ସହିତ ଯାତ୍ରା କରିଥିଲେ ଏବଂ ସେମାନଙ୍କ ଦ୍ଵାରା ବଣ୍ଟା ଯାଇଥିବା ମିଠା ନେଇଥିଲେ, କାରଣ ଅଧିକାରୀଙ୍କୁ ଭୟ ଯେ ଏଥିରେ ସଂକ୍ରମଣ ବ୍ୟାପିପାରେ।

   Related Posts