Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁପି ସରକାରର ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ଦେହାନ୍ତ : ଶୋକ ବ୍ୟକ୍ତ କଲେ ପିଏମ ମୋଦି, ଓ ସିଏମ ଯୋଗୀ

19/05/2021 at 7:08 AM

ଉତ୍ତରପ୍ରଦେଶ ୧୯/୫ : ୟୁପି ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ୫୨ ବର୍ଷରେ କରୋନାରେ ପରଲୋକ । ମୁଜାଫରନଗର ଚରଥାଭାଲ ବିଧାନସଭା ଆସନରୁ ବିଜେପି ବିଧାୟକ ଥିଲେ ବିଜୟ କାଶ୍ୟପ । କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ବିଜୟ ହେଉଛନ୍ତି ପଞ୍ଚମ ବିଧାୟକ ଯିଏ କି ଉତ୍ତରପ୍ରଦେଶରେ କରୋନା ଠାରୁ ଜୀବନ ହରାଇଥିବା ନେତା । କୋଭିଡ ୨ୟ ଲହରରେ କରୋନା ସହ ସଂଘର୍ଷ କରୁଥିବା ବେଳେ ଜୀବନ ଯୁଦ୍ଧରେ ହାରିଛନ୍ତି ବିଜୟ ।

ବିଜୟ କାଶ୍ୟପଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, “ଉତ୍ତରପ୍ରଦେଶ ସରକାରରେ ବିଜେପି ନେତା ତଥା ମନ୍ତ୍ରୀ ବିଜୟ କାଶ୍ୟପ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ଦେଶର ଜଣେ ନେତା ଥିଲେ ଏବଂ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର, ପରିଜନ ତଥା ପ୍ରଶଂସକଙ୍କ ପ୍ରତି ରହିଛି । ଓମ୍ ଶାନ୍ତି!


ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କୁମାର କାଶ୍ୟପଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସିଏମ କହିଛନ୍ତି- “ବିଜୟ କୁମାର କାଶ୍ୟପ ଜଣେ ଜନ ପ୍ରତିନିଧୀ ଥିଲେ । ସେ ସର୍ବଦା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । କାଶ୍ୟପଙ୍କ ମୃତ୍ୟୁ ହେତୁ ଲୋକମାନେ ସେମାନଙ୍କର ପ୍ରକୃତ ଦୟାବାନ ନେତା ହରାଇଛନ୍ତି । ବିଜୟଙ୍କ ଅମର ଆତ୍ମାର ସଦଗତି ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଯୋଗୀ…

   Related Posts