ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ହେଲା ଭୂମି ସମତୁଲ କାମ, ଜେସିବି ଖୋଦେଇରେ ବାହାରୁଛି ଦେବା-ଦେବୀଙ୍କ ଖଣ୍ଡ ବିଖଣ୍ଡିତ ମୂର୍ତ୍ତି

Published By : Prameya-News7 Bureau | May 20, 2020 IST

ନୂଆଦିଲ୍ଲୀ ୨୦।୦୫: ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଭୂମିର ସମତୁଲ କାମ ଆରମ୍ଭ ହୋଇ ଯାଇଛି। ଜେସିବି ଜରିଆରେ ମାଟିର ଖୋଦେଇ ଏବଂ ସମତୁଲ କରିବା ସମୟରେ ଦେବୀ-ଦେବତାଙ୍କ ଖଣ୍ଡ ବିଖଣ୍ଡିତ ମୂର୍ତ୍ତି ଓ ଅନେକ ପ୍ରାଚୀନ ଜିନିଷ ମିଳୁଛି। ଏହାର ସୂଚନା ବିଶ୍ଵ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ବୁଧବାର ଦେଇଛନ୍ତି।

ବିହିପିର ରାଷ୍ଟ୍ରୀୟ ମୁଖପାତ୍ର ବଂଶଲ କହିଛନ୍ତି, ଅଯୋଧ୍ୟାର ଡିଏମଙ୍କ ଅନୁମତି ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ପରିସରରେ ମନ୍ଦିର ନିର୍ମାଣ ଲାଗି ଭୂମିର ସମତୁଲିକରଣ କାମ ଚାଲିଛି। କରୋନା ଭୂତାଣୁ ସଂକ୍ରମଣ କାରଣରୁ ସାମାଜିକ ଦୂରତା ପାଳନ କରାଯାଇ ମନ୍ଦିର ପରିସରରେ କାର୍ଯ୍ୟରେ ଜାରି ରହିଛି। ତିନୋଟି ଜେସିବି, ଗୋଟିଏ କ୍ରେନ୍, ଦୁଇଟି ଟ୍ରାକ୍ଟର ଓ ୧୦ ଶ୍ରମିକ ଏହି କାର୍ଯ୍ୟରେ ଲାଗିଛନ୍ତି।

ବିଶ୍ଵ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି, ଗତ ମେ ୧୧ରୁ ରାମ ମନ୍ଦିର ପରିସରରେ ଭୂମିର ସମତୁଲିକରଣ କାର୍ଯ୍ୟ ଜାରି ରହିଛି। ଏହି  ସମୟରେ ବହୁତ ସଂଖ୍ୟାରେ ପ୍ରାଚୀନ କଳାକୃତି ଏବଂ ଦେବା-ଦେବୀଙ୍କ ମୂର୍ତ୍ତି ମିଳିବା ଜାରି ରହିଛି। ଏହା ବ୍ୟତୀତ ପ୍ରାଚୀନ ପୁଷ୍ପ କଳଶ, କଳାକୃତି, ମେହରାବ ପଥର, ବ୍ୟାକ୍ ଟଚ୍ ଷ୍ଟୋନର ସାତ ସ୍ତମ୍ଭ, ରେଡ୍ ସାଣ୍ଡ ଷ୍ଟୋନର ଛଅଟି ସ୍ତମ୍ଭ, ପାଞ୍ଚ ଫୁଟ୍ ଆକାରର ନକ୍ସାକୃତି ଶିବ ଲିଙ୍ଗ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.