ସୀମାରେ ଫସିଛନ୍ତି ୫ ହଜାର ଶ୍ରମିକ: ଖୋଲା ଆକାଶ ତଳେ ଭୋକ ଉପାସରେ ଗର୍ଭବତୀ ଓ ଶିଶୁ, ଫେରାଇ ନେବାକୁ ନାରାଜ ୨ ରାଜ୍ୟ

Published By : Prameya-News7 Bureau | May 10, 2020 IST

ଭୋପାଳ, ୧୦|୦୫:  କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି । ଲକଡାଉନ୍ ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ବର୍ତ୍ତମାନ ଉତ୍ତର ପ୍ରଦେଶର ମହୋବାରେ ୟୁପି ଓ ମଧ୍ୟ ପ୍ରଦେଶ ସୀମାରେ ପ୍ରାୟ ୫ ହଜାରରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ସେମାନେ ନିଜ ଘରକୁ ଯିବା ପାଇଁ ଅନ୍ୟ ରାଜ୍ୟରୁ କୌଣସି ପ୍ରକାରେ ଚାଲି ଆସିଥିଲେ ମଧ୍ୟ ସେମାନଙ୍କୁ ୟୁପିରେ ପ୍ରବେଶ ଅନୁମତି ମିଳିନାହିଁ ।

{"id":267863,"width":825,"height":610,"sizeSlug":"large"}

ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ଏପରି ଏକ ଦୁଃଖଭରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୁଜୁରାଟ, ମହାରାଷ୍ଟ୍ରରୁ ଆସିଥିବା ହଜାର ହଜାର ଶ୍ରମିକ ଫସି ରହିଛନ୍ତି । ଲକଡାଉନ୍ ପାଇଁ ଅସହ୍ୟ ଗରମକୁ ଖାତିର ନକରି ଭୋକ, ଶୋଷରେ ସେମାନେ ଖୋଲା ଆକାଶ ତଳେ ପଡି ରହିଛନ୍ତି । ଏପରିକି ଏହି ଶ୍ରମିକଙ୍କ ମଧ୍ୟରେ ଗର୍ଭବତୀ ମହିଳା, ଶିଶୁ ମଧ୍ୟ ଭୋକ ଉପାସରେ ରହିଛନ୍ତି ।

ସୂଚନାନୁସାରେ, ମହୋବା ଜିଲ୍ଲାର କୈମୋହା ଗ୍ରାମ ନିକଟରେ ୟୁପି ଓ ମଧ୍ୟ ପ୍ରଦେଶର ସୀମା ରହିଛି । ଏଠାରେ ଗୁଜୁରାଟ, ମହାରାଷ୍ଟ୍ରରୁ ଶହଶହ ଗାଡିରେ ହଜାର ହଜାର ଶ୍ରମିକମାନେ ଆସି ପହଁଚିଥିଲେ ।ସୀମା ଅତିକ୍ରମ ପାଇଁ ସେମାନଙ୍କୁ ଅନୁମତି ମିଳିନଥିଲା । ଫଳରେ ସେମାନେ ବାଧ୍ୟ ହୋଇ ଭୋକ ଉପାସରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିଲେ ।  ଗରମ ପାଇଁ ଗର୍ଭବତୀଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡିଛି ।

{"id":267864,"width":827,"height":612,"sizeSlug":"large"}

ଗୋଟିଏ ପଟେ ମହୋବା ଜିଲ୍ଲା ପ୍ରଶାସନ ସେମାନଙ୍କୁ ୟୁପି ସୀମାରେ ପ୍ରବେଶ ଅନୁମତି ଦେଉ ନଥିବା ବେଳେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ସେମାନଙ୍କୁ ଫେରାଇନେବାକୁ ଚାହୁଁ ନାହାଁନ୍ତି । ଏହାକୁ ନେଇ ଶ୍ରମିକମାନେ ଅନେକ ଅସୁବିଧାରେ ଧନ୍ଦି ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.