Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସୀମା ଟପିଗଲା ନିର୍ଦ୍ଦୟତା : କରୋନାରେ ମୃତ୍ୟୁ ପରେ ନଦୀରେ ଫୋପାଡିଦେଲେ ମୃତଦେହ, ଭାଇରାଲ ହେଲା ଦୃଶ୍ୟ

30/05/2021 at 2:20 PM

ଉତ୍ତରପ୍ରଦେଶ ୩୦/୫ : ୟୁପି ବଳରାମପୁରରେ ସୀମା ଟପିଗଲା ନିର୍ଦ୍ଦରତା । ପୁଣି ଲୋକଙ୍କ ମଧ୍ୟରେ ମରିଯାଇଛି ମାନବିକତା । ସୋସିଆଲ ମିଡିଆରେ ଭାଇରଲ ହେଉଛି ଏମିତି ଏକ ଫଟୋ । ଯେଉଁଥିରେ ଦେଖିବାକୁ ମିଳିଛି କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନଦୀରେ ଫୋପାଡିଦେଉଛନ୍ତି ମୃତଦେହ । ୨ ଯୁବକଙ୍କ ଜଣେ ପିପିଇ କିଟ୍ ପିନ୍ଧି ମୃତଦେହ ନେଇ ନଦୀପାଣିକୁ ଫୋପାଡିଦେଉଛି ।

ଏହି ଘଟଣା ରାପ୍ତି ନଦୀ ସିସାଇ ଘାଟ ଉପରେ ଥିବା ବ୍ରିଜ ଉପରେ ଘଟିଛି । ଭାଇରାଲ୍ ହୋଇଥିବା ଏହି ଫଟୋଟି ୨୯ ମେ ସନ୍ଧ୍ୟାର । ଭାଇରାଲ ଭିଡିଓରେ କିଟ୍ ପିନ୍ଧିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି । କିଟ୍ ପିନ୍ଧିନଥିବା ଏହି ଯୁବକଙ୍କର ନାମ ଚନ୍ଦ୍ର ପ୍ରକାଶ । ଯିଏ କି ଶବଦାହରେ କାମ କରନ୍ତି । ଯୁବକଙ୍କୁ ପଚରାଯିବାରୁ ସେ ସବୁକିଛି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି, କିଛି ଲୋକ ତାଙ୍କୁ ବ୍ରିଜ ପାଖକୁ ଡାକିଥିଲେ ।

ତା’ପରେ ଜଣେ ଯୁବକ ବ୍ୟାଗ୍‌ର ଏକ ଚେନ୍ ଖୋଲି ପଥର ଫିଙ୍ଗି ମୋତେ ଡାକିଲେ। ତା’ପରେ ମୃତଦେହକୁ ନଦୀରେ ଫଥର ବାନ୍ଧି ଫିଙ୍ଗି ଦେଇ ଫେରିଗଲେ । ମୁଁ ତାଙ୍କୁ କହିଲି ଯେ ଏଠାରେ କାଠ ଅଛି, କିନ୍ତୁ ସେମାନେ କହିଥିଲେ ଆମର ଜଳ ପ୍ରବାହ କରିବାର ଅଛି କହି ମୋୃତଦେହ ଫୋପାଡି ସେଠାରେ ପଳାଇଥିଲେ । ଘଟମା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ଯେଉଁ ଯୁବକ ନଦୀକୁ ମୃତଦେହ ଫୋପାଡିଥିଲେ ମୃତ ବ୍ୟକ୍ତିଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ହେଉଛି ।

   Related Posts