Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦମ୍‌ ଦେଖାଇଲେ ଅଲରାଉଣ୍ଡର ଅକ୍ଷଦୀପ, ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଫାଇନାଲରେ ୟୁପି

11/03/2021 at 6:58 PM

ନୂଆଦିଲ୍ଲୀ ୧୧/୦୩: ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଫାଇନାଲରେ ଉତ୍ତରପ୍ରଦେଶ। ସଫଳତା ପଛରେ ଅଲରାଉଣ୍ଡର ଅକ୍ଷଦୀପ ନାଥଙ୍କ ହାତ ରହିଛି। ମ୍ୟାଚ୍‌ରେ ଦମଦାର ବୋଲିଂ ସାଙ୍ଗକୁ ଅର୍ଦ୍ଧଶତକ ଯୋଡ଼ିଥିବାରୁ ଗୁଜୁରାଟକୁ ୫ ଓ୍ବିକେଟରେ ହରାଇ ଫାଇାନାଲରେ ଜାଗା ପକ୍କା କରିଛି ୟୁପି। ଫାଇନାଲରେ ମୁମ୍ବାଇକୁ ସାମ୍ନା କରିବ ଉତ୍ତରପ୍ରଦେଶ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ। କିନ୍ତୁ ଗୁଜୁରାଟର ଶୀର୍ଷ କ୍ରମ ବ୍ୟାଟ୍ସମ୍ୟାନ ଫ୍ଲପ୍‌ ମାରିଥିଲେ। ଉତ୍ତରପ୍ରଦେଶର ଦମଦାର ବୋଲିଂର ସାମ୍ନା କରିବାକୁ ଅସମର୍ଥ ପ୍ରକାଶ କରିଥିବା ଗୁଜୁରାଟ ଟିମ୍‌ ୪୮.୧ ଓଭରରେ ୧୮୪ ରନ୍‌ରେ ଅଟକିଯାଇଥିଲେ। ଅନ୍ୟପଟେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇଥିବା ୟୁପି ଟିମ୍‌ ୪୨.୪  ଓଭରରେ ୧୮୮ ରନ୍‌ କରି ବିଜୟୀ ହୋଇଛି।

ଅକ୍ଷଦୀପ ୧୦୪ ବଲ୍‌ରୁ ୭୧ ରନ୍‌  କରି ଆଉଟ୍‌ ହୋଇଥିଲେ। ସେପଟେ ଉଦୀୟମାନ ତାରକା ଉପେନ୍ଦ୍ର ଯାଦବ ୨୫ ବଲ୍‌ରେ ୩୧ ରନ୍‌ ଯୋଡ଼ିଥିଲେ। ଦିଲ୍ଲୀ ବିପକ୍ଷରେ କ୍ବାର୍ଟର ଫାଇନାଲରେ ୧୧୨ ରନ୍‌ ପାଳି ଖେଳିଥିବା ଯାଦବ ଓପନର କରଣ ଶର୍ମା ଏବଂ ଲକ୍ଷଦୀପ ଆଉଟ ହେବା ପରେ ପଡ଼ିଆକୁ ଏଣ୍ଟ୍ରି କରିଥିଲେ। ୪୪ ବଲ ବାକି ଥିବା ବେଳେ ଏକ ଛକା ଏବଂ ୩ ଚୌକା ବିଶିଷ୍ଟ ପାଳି ଖେଳି ଦଳକୁ ବିଜୟୀ କରିଛନ୍ତି ଯାଦବ।

ଉତ୍ତରପ୍ରଦେଶ ଟିମ୍‌ ଶେଷ ଥର ପାଇଁ ୨୦୦୪-୦୫ରେ ଫାଇନାଲରେ ପହଞ୍ଚିଥିଲା ଏବଂ ତାମିଲନାଡୁ ସହ ଖେଳିଥିଲା। ଫାଇନାଲ ମ୍ୟାଚ୍‌ ଟାଇ ହୋଇଥିଲା।  

   Related Posts