ବର୍ଷର ପ୍ରଥମ ଏକାଦଶୀ – ୨୪ ଏକାଦଶୀ ବ୍ରତ ଆରମ୍ଭ କରିବାକୁ ଚାହୁଁଥିଲେ ଉତ୍ପନ୍ନା ଏକାଦଶୀ ହେଉଛି ପ୍ରକୃଷ୍ଟ ତିଥି

Published By : Prameya-News7 Bureau | November 21, 2019 IST

ସନାତନ ହିନ୍ଦୁ ଧର୍ମରେ ଏକଦଶୀ ବ୍ରତକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ନାରଦ ପୁରାଣ, କୁର୍ମ ପୁରାଣ , ବ୍ରହ୍ମାଣ୍ଡ ପୁରାଣ ,ସ୍କନ୍ଦ ପୁରଣ , ଅଗ୍ନି ପୁରାଣ , ବ୍ରହ୍ମ କୈବର୍ତ୍ୟ ପୁରାଣ , ଭବିଷ୍ୟ ପୁରଣ ଓ ବ୍ରହ୍ମ ପୁରାଣ ରେ ଏକଦଶୀ ବ୍ରତର ମାହାତ୍ମ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣିତ ହୋଇଛି । ଶାସ୍ତ୍ର ଅନୁସାରେ  ପ୍ରତ୍ୟକ ମାସ ଦୁଇଟି ଲେଖାଏଁ କରି ବର୍ଷକୁ ୨୪ ଗୋଟି ଏକାଦଶୀ ବ୍ରତ ପାଳନର ବିଧି ରହିଛି ।

{"id":187874,"width":581,"height":435,"sizeSlug":"large"}

କୃଷ୍ଣ ପକ୍ଷ ଏକାଦଶୀ ଓ ଶୁକ୍ଳପ କ୍ଷ ଏକାଦଶୀ ଭାବେ  ମାସରେ ଏହି ଦୁଇ ଏକାଦଶୀ  ପାଳନ କରାଯାଇଥାଏ ।  ମାର୍ଗଶୀରମାସର କୃଷ୍ଣ ପକ୍ଷ ଏକାଦଶୀକୁ ବର୍ଷର ପ୍ରଥମ ଏକାଦଶୀ ଭାବେ ବିବେଚନା କରାଯାଏ । ସେହିଭଳି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀକୁ ବର୍ଷର ଶେଷ ଏକାଦଶୀଭାବେ ପାଳନ କରାଯାଏ ।ଏହି ୨୪ଟି ଏକାଦଶୀ ପାଳନ କଲେ ବ୍ୟକ୍ତି ମହାବିଷ୍ଣୁ ଯେଉଁଠାରେ ନିତ୍ୟ ବିଚରଣ କରନ୍ତି ସେଠାରେ ସ୍ଥାନ ପାଏ ବୋଲି ବିଶ୍ୱାସ ରହିଛି । ଏହି କ୍ରମରେ ଆସନ୍ତା କାଲି  ବର୍ଷର ପ୍ରଥମ ଏକାଦଶୀ  । ମାର୍ଗଶୀର ମାସକୁ ଧାର୍ମିକ ଦୃଷ୍ଟି କୋଣରୁ ସନାତନୀମାନେ ବର୍ଷର ପ୍ରଥମମାସ ବୋଲି ବିବେଚନା କରନ୍ତି । କାରଣ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି ମାସାଣାଂ ମାର୍ଗଶୀରୋ-ଅହଂ ଅର୍ଥାତ ମାସମାନଙ୍କ ମଧ୍ୟରେ ସେ ନିଜକୁ ମାର୍ଗଶୀର ମାସବୋଲି ଅଭିହିତ କରିଛନ୍ତି  ଏଣୁ ଧର୍ମୀୟ ବିଚାରଧାରାରେ ଏହି ମାସକୁ ବର୍ଷର ପ୍ରଥମମାସ ବୋଲି ମାନ୍ୟତା ପ୍ରଦାନ କରାଯାଇଛି ।

{"id":187875,"sizeSlug":"large"}

ତେଣୁ ମାର୍ଗଶୀରମାସର କୃଷ୍ଣ ପକ୍ଷ ଏକାଦଶୀ ତିଥି ବର୍ଷର ପ୍ରଥମ ଏକଦଶୀ । ଏହି ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ବୋଲି ବିଭିନ୍ନ ଶାସ୍ତ୍ର ଓ ପୁରାଣରେ  କୁହାଯାଇଛି ।  ଭଗବାନ ବିଷ୍ଣୁ ଦେବତାଙ୍କ ଉପରେ ଅତ୍ୟାଚାର କରୁଥିବା ସୁର ନାମକ ରାକ୍ଷସର ନିଧନ ପାଇଁ ନିଜ ଶରୀରରୁ ଜଣେ ତେଜସ୍ୱୀ କନ୍ୟାଙ୍କୁ ଉତ୍ପନ କରିଥିଲେ । ଏହି ତେଜଦୀପ୍ତ କନ୍ୟା ଏକଦଶୀ ଦିନ ସୁରଅସୁରକୁ ବଧ କରିଥିବାରୁ ଭଗବାନ ପ୍ରସନ୍ନ ହୋଇ ଏହି ଏକଦଶୀର ନାମ ଉତ୍ପନ୍ନା ଏକାଦଶୀ ବୋଲି ଧାର୍ଯ୍ୟ କରି ଉପରୋକ୍ତ ଘଟଣାଟିକୁ  ସ୍ମରଣୀୟ ଓ ପବିତ୍ର କରିଥିଲେ ।  

{"id":187876,"sizeSlug":"large"}

ଯେଉଁମାନେ ଏକଦଶୀ ବ୍ରତ ପ୍ରଥମ ଥର ଆରମ୍ଭ କରିଥାଆନ୍ତି ସେମାନଙ୍କ ପାଇଁ  ଉତ୍ପନ୍ନା ଏକାଦଶୀ ଗୁରୁତ୍ୱପୂର୍ଣ୍ଣ ସାଧାରଣତଃ ଏକଦଶୀ ବ୍ରତ ଆରମ୍ଭ କରୁଥିବା ବ୍ୟକ୍ତି ଏହି ଏକାଦଶୀକୁ ହିଁ ବ୍ରତ ଆରମ୍ଭ କରିଥାଏ । ଏହି ମାସର ପରବର୍ତ୍ତୀ  ଅର୍ଥାତ ଶୁକ୍ଳପକ୍ଷ ଏକଦଶୀକୁ ମୋକ୍ଷଦା ଏକାଦଶୀ ବା ଗୋମତୀ ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ । ଏହିଦିନଟିକୁ ଗୀତା ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ।  ଶୁକ୍ଳ ପକ୍ଷରୁ ଏକଦଶୀ ହେଉଛି ଅଜ୍ଞାନ ନାଶୀନି । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନିଜ ପ୍ରିୟ ବନ୍ଧୁ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରିଥିଲେ ।

ଉତ୍ତର ଭାରତରେ ଶୁକ୍ରବାର ଦିନ ଉତ୍ପନ୍ନା ଏକଦଶୀ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ଆସନ୍ତା  ଶନିବାର ଦିନ ଏକାଦଶୀ ପାଳନ କରାଯାଉଛି । ସ୍ମାର୍ତ୍ତ ଓ ପରମାର୍ଥ ମତରେ  ଭିନ୍ନ ଭିନ୍ନ ଦିନରେ ଏକାଦଶୀ ତିଥି ଧାର୍ଯ୍ୟ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.