କଟକରେ ପୋଲିସ ମାଡରେ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ, ତଦନ୍ତ ପ୍ରତିଶୃତି ଦେଲେ ଡିସିପି

Published By : Prameya-News7 Bureau | April 06, 2019 IST

କଟକ ୬|୪: (ଦୀପକ ଷଡଙ୍ଗୀ ) ପୋଲିସ ମାଡରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ । ଚୌଦ୍ବାର ଜେଲର ବିଚାରଧୀନ ବନ୍ଦୀ ଭରତ ମଣ୍ଡଳଙ୍କର ମୃତ୍ୟୁ ପରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗତ ୨୮ ତାରିଖରୁ SCBରେ ଚିକିତ୍ସିତ ହେଉଥିବା ଭରତଙ୍କର ଶନିବାର ମୃତ୍ୟୁ ହୋଇଛି । ସେପଟେ କିନ୍ତୁ ଡିସିପି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

{"id":100919}

ଚୌଦ୍ବାର ଜେଲର ବିଚାରଧିନ କଏଦୀ ଭରତ ମଣ୍ଡଳଙ୍କ ମୃତ୍ୟୁକୁ ନେଇ ସନ୍ଦେହରେ ପୋଲିସର ଭୂମିକା। ଗତ ୨୭ ତାରିଖରେ ବନ୍ଧୁକ ଓ ଗୁଳି ରଖିବା ଅଭିଯୋଗରେ ଭରତଙ୍କୁ ଗିରଫ କରିଥିଲା ପୁରୀଘାଟ ପୋଲିସ। ତା ପରଦିନ ଅର୍ଥାତ ୨୮ ତାରିଖରେ କମିଶନରେଟ୍ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

{"id":100920}

ଜେଲରେ ଥିବା ସମୟରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ୨୮ ତାରିଖରେ SCBରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ଚିକିତ୍ସିତ ହେଉଥିବା ଭରତଙ୍କର ଶନିବାର ମୃତ୍ୟୁ ହୋଇଛି । ତେବେ ପୋଲିସର ମାଡ ଯୋଗୁଁ ଭରତଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କେବଳ ମାଡ ନୁହେଁ ତାଙ୍କୁ ଶାରୀରିକ ଯନ୍ତ୍ରଣା ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି ।

{"id":100921}

ପରିବାର ଲୋକଙ୍କ ଅଭିଯୋଗକୁ ପ୍ରମାଣିତ କରୁଛି ଭରତଙ୍କ ଶରୀରରେ ଥିବା ମାଡ ଦାଗ। ବିଶେଷ କରି ଭରତଙ୍କ ପିଠିରେ ମାଡ ମରାଯାଇଥିବାର ସ୍ପଷ୍ଟ ଚିହ୍ନ ରହିଛି । ଭରତଙ୍କୁ ଜେଲ୍ ରେ ହେଉ ଅବା ପୋଲିସ୍ ହେପାଜତ୍ ରେ ବ୍ୟାପକ ଶାରିରୀକ ଯନ୍ତ୍ରଣା ଦିଆଯାଇଥିବା ପରିବାର ଲୋକେ କହିଛନ୍ତି । ସେପଟେ କିନ୍ତୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଛନ୍ତି ।

{"id":100922}

ମୃତ ଭରତଙ୍କ ନାଁରେ ପୁରୀଘାଟ ଥାନାରେ ବାଦାମବାଡି ଥାନାରେ ଗୋଟିଏ ମାମଲା ରହିଛି ।ପୂର୍ବରୁ ଭରତଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସକୁ ସେ ମାଡ ମାରିଥିବା ଭଳି ଅଭିଯୋଗ ବି ରହିଛି ।

{"id":100923}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.