Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଅଣଛାତ୍ରମୁକ୍ତ ହେବ ବାଣୀବିହାର କ୍ୟାମ୍ପସ୍, ଆଇ-କାର୍ଡ ନଥିଲେ ପ୍ରବେଶ ମନା : କୁଳପତି

19/01/2021 at 3:11 PM

ଭୁବନେଶ୍ବର ୧୯।୧: କ୍ୟାମ୍ପସ ଖୋଲୁଖୋଲୁ ଉତ୍କଳ ବିଶ୍ବ ବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖାଦେଇଛି । କୁଳପତିଙ୍କ କର୍ଯ୍ୟାଳୟ ଘେରାଉ କରିଛନ୍ତି ଛାତ୍ର ଗୋଷ୍ଠୀ । ବାଣୀବିହାରରେ ଥିବା ଗୋପବନ୍ଧୁ ଛାତ୍ରାବାସରେ ବିଭିନ୍ନ ସମସ୍ୟାକୁ ନେଇ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହୋଇଥିଲେ ।

ବାଣୀବିହାରରେ ବିଭିନ୍ନ ସମସ୍ୟାକୁ ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କୁଳପତିଙ୍କୁ ଭେଟିବାକୁ ଯାଇଥିବା ବେଳେ ଏହାକୁ ବିରୋଧ କରି ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମଙ୍ଗଳବାର ମଧ୍ୟ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାସୁଝା କରୁଛି ।

ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣାରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଥର ବାଣୀବିହାର କ୍ୟାମ୍ପସ ଅଣଛାତ୍ରମୁକ୍ତ ହେବ । ମୁଖ୍ୟ ଫାଟକରେ କଡାକଡି ଯାଞ୍ଚ ହେବ । ଆଇ-କାର୍ଡ ନଥିଲେ କ୍ୟାମ୍ପସକୁ ପ୍ରବେଶ କରିପାରିବେନି ବୋଲି କୁଳପତି କହିଛନ୍ତି । କିଛି ଛାତ୍ର ଗୋଷ୍ଠୀ ରାଜନୈତିକ ଅଭିସନ୍ଧି ରଖି କ୍ୟାମ୍ପସ୍‌ରେ ଅଶାନ୍ତି ସୃଷ୍ଟି କରୁଛନ୍ତି ।

   Related Posts