Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ୍ ସେବା ଦାବିରେ ବାଣୀବିହାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

14/05/2019 at 2:51 PM

ଭୁବନେଶ୍ବର ୧୪|୫: ବିଦ୍ୟୁତ୍ ସେବା ଦାବିରେ ବାଣୀବିହାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାତ୍ୟା ଫୋନିକୁ ୧୧ ଦିନ ବିତିଯାଇଥିଲେ ବି ଏଯାଏଁ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସିପାରିନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ସକାଳୁ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ ।  ହଷ୍ଟେଲରେ ବିଦ୍ୟୁତ ନଥିବାରୁ ପାଠପଢା ସହ ପାଣି ଯୋଗାଣ ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଛି । ଖୁବଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ଗଛକଟା ଓ ବିଦ୍ୟୁତ ଖୁଣ୍ଟ ମରାମତି କାମ ଚାଲିଥିବାରୁ  ବିଦ୍ୟୁତ ଯୋଗାଣରେ ବିଳମ୍ବ ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ସ୍ବାଭାବିକ କରିବାକୁ କହିଛନ୍ତି ଯନ୍ତ୍ରୀ । 

   Related Posts