ଚଣ୍ଡିଖୋଲରେ ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ୍ ; ୨ଟି ବିଭାଗରେ ୪୮ ଛାତ୍ରଛାତ୍ରୀ କରିବେ ଶିକ୍ଷାଗ୍ରହଣ

Published By : Prameya-News7 Bureau | March 03, 2019 IST

ଚଣ୍ଡିଖୋଲ ୩|୩ : ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।  ଉଦଘାଟନ କରିବା ପରେ ଆସନ୍ତା ଶିକ୍ଷାବର୍ଷଠାରୁ ଏଠାରେ ୨ଟି ବିଭାଗରେ ୪୮ ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ ଆରମ୍ଭ କରିଥିଲେ । ଏମ୍.ଏ, ଇନ୍ ପବ୍ଲିକ୍ ହେଲଥ୍ ଓ ଏମ.ଏ.ଇନ୍ ରୁରାଲ ମ୍ୟାନେଜମେଣ୍ଟ ବିଭାଗରେ ଶିକ୍ଷାଦାନ କରାଯିବ। ଉଭୟ ବିଭାଗରେ ଏବେ ସୁଦ୍ଧା ୨୪ ଜଣ ଲେଖାଏଁ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଶିକ୍ଷାଦାନ ନିମନ୍ତେ ପ୍ରତି ବିଭାଗରେ ୩ଜଣ ଲେଖାଏଁ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି।

{"id":90317}

ବାବା ଭୈରବାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ରୁଷା ସହାୟତାରେ ନିର୍ମିତ ୨ମହଲା ବିଶିଷ୍ଟ କୋଠାକୁ କଲେଜ କର୍ତ୍ତୁପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟକୁ ଯୋଗାଇ ଦେଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି କୋଠାକୁ ନବୀକରଣ କରିବା ସହିତ ଶ୍ରେଣୀଗୃହ, ଉଚ୍ଚମାନର ପାଠାଗାର ଓ ପ୍ରଶାସନିକ କାର୍ଯ୍ୟାଳୟ ପରିଚାଳନା କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। କେବଳ ଛାତ୍ରଛାତ୍ରୀମାନେ ରହିବା ପାଇଁ ହଷ୍ଟେଲ ସୁବିଧା କରାଯାଇ ନାହିଁ । ୨୦୧୭ ମସିହା ଜୁଲାଇ ୩୧ ତାରିଖରେ ଏହି ଗ୍ରାମୀଣ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବ ସିହାଠାରେ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ୬୭ଏକର ଜମି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସଂଗ୍ରହ କରି ନେଇଛନ୍ତି।

{"id":90318}

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ,ସମସମାୟିକ ସମାଜରେ ସମନ୍ବୟତା ରକ୍ଷା ସହିତ ଭବିଷ୍ୟତ ପାଇଁ ଅଙ୍ଗିକାର ବଦ୍ଧତା ସୃଷ୍ଟି କ୍ଷେତ୍ରରେ ବିଶ୍ବବିଦ୍ୟାଳୟର ଅଭିଯାନ ଗ୍ରହଣ ଯୋଗ୍ୟ। ଚଣ୍ଡିଖୋଲ ସ୍ଥିତ ନୂତନ କ୍ୟାମ୍ପସ ନୂଆ ଓଡ଼ଶା ଗଠନରେ ଏକ ମାଇଲ ଖୁଣ୍ଟ ସଦୃଶ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୧୯୪୩ ମସିହାରେ ରଭେନସା କଲେଜ ପରିସରରେ ଉତ୍କଳ ବିଶ୍ବବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ୨୦ ବର୍ଷ ପରେ ୧୯୬୩ ମସିହାରେ ଏହା ନିଜସ୍ବ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା । ମାତ୍ର ନିଷ୍ପତ୍ତିର ୨ବର୍ଷ ଭିତରେ ଚଣ୍ଡିଖୋଲଠାରେ ପ୍ରତିଷ୍ଠିତ ହୋଇପାରିଥିବା ଏହି କ୍ୟାମ୍ପସ ପାଇଁ ସେ ବିଶେଷ ଆଶାବାଦୀ ଅଟନ୍ତି ।

{"id":90319}

ଏହି ଅବସରରେ ଉତ୍କଳ ବିଶ୍ବାବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅନନ୍ତ ଦାସ ଉଦବୋଧନ ଦେଇ କହିଥିଲେ ରାଜ୍ୟରେ ନୂଆ ସିଲାବସ୍ ପରିଚାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେହି ସିଲାବସ୍ ଅନୁସାରେ ପାଠପଢି ଓଡ଼ଶାର ପିଲାମାନେ ବାହାରେ ଗର୍ବର ସହ ପରିଚୟ ଦିଅନ୍ତୁ ଏହା ସରକାରଙ୍କ ଇଚ୍ଛା ଅଟେ। ଏହି  ସଭାରେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ , ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ରାଜ୍ୟ ଉଚ୍ଚତର ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ, ଚଣ୍ଡିଖୋଲ କ୍ୟାମ୍ପସର ମୁଖ୍ୟ ସ୍ଥପତି ଯଜ୍ଞେଶ୍ବର ଦଣ୍ଡପାଟ, ଚଣ୍ଡିଖୋଲ କଲେଜର ଅଧ୍ୟକ୍ଷ କେଦାରନାଥ ଦାସ ଉଦବୋଧନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.