Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

୧୦ ଦଫା ଦାବି ନେଇ ଧାରଣାରେ ବସିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକ

13/07/2018 at 10:35 AM

ବାଣିବିହାର ଅଧ୍ୟାପକମାନେ କଳା ବ୍ୟାଜ ପିନ୍ଦି ଆରମ୍ଭ କଲେ ପ୍ରତିବାଦ । ୧୦ ଦଫା ଦାବି ନେଇ ବିଶ୍ବବିଦ୍ୟାଳୟର ଅଧ୍ୟାପକ ମାନେ ଶାନ୍ତିପୁର୍ଣଭାବେ ଜଣାଇଲେ ପ୍ରତିବାଦ । ମୁଖ୍ୟତଃ ଚାକିରିରେ ଥିବା ଅଧ୍ୟାପକ ମାନଙ୍କୁ ପ୍ରମୋଶନ ନମିଳିବା ,ଚାକିରିର ଦୁଇ ବର୍ଷ ପରେ ମଧ୍ୟ ସର୍ଭିସ କନଫରମେସନ ନମିଳିବା , ନନ ଟିଚିଂ କର୍ମଚାରୀ ମାନଙ୍କର ସଟେଜ, ପିଏଚଡି ଓ ଏମଫିଲ କରିଥିବା ଅଧ୍ୟାପକ ମାନଙ୍କ ଲାଗି ଥିବା ସ୍ବତନ୍ତ୍ର ଦରମା ବୃଦ୍ଦି ବ୍ୟବସ୍ଥା କୁ କାର୍ଯ୍ୟକାରୀ କରିବା ,ତଥା କର୍ମଚାରି ମାନଙ୍କ କ୍ବାଟର ଗୁଡିକର ମରାମତି ଆଦି ସମସ୍ୟା ନେଇ ବାରମ୍ବାର କୁଳପତି ଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଫଳ ସୁନ । ଏପରିକି ଗ୍ରୀଷ୍ମ ଛୁଟି ଅବକାଶ ପୁର୍ବରୁ ସବୁକିଛି ସମାଧାନ ହେବ ବୋଲି କହିଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ ।ତେଣୁ ବାଧ୍ୟ ହୋଇ ୧୫୦ଜଣ ଜୁନିୟରରୁ ସିନିୟରଲେବଲ ପର୍ଯ୍ୟନ୍ତ ଅଧ୍ୟାପକ ମାନେ ସ୍ବର ଉଠାଇଛନ୍ତି ।
ତେବେ ୧୭ ତାରିଖ ଯାଏଁ କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇବେ ଅଧ୍ୟାପକମାନେ ଏହାର ପରେ ୧୭ ତାରିଖରୁ ମଧ୍ୟାହ୍ନ ସମୟରେ ଭିସିଙ୍କ ଗେଟ ସମୁଖରେ ଏକଘଣ୍ଟା ଲେଖାଏଁ କରାଯିବ ଧାରଣା ସେହିପରି ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଧାରଣା ଅବଧିକୁ ପୁରାଦିନ କରାଯିବା ସହ ୩୦ ତାରିଖରେ ହଙ୍ଗରଷ୍ଟ୍ରାଇକ କରାଯିବା ର ନିଷ୍ପତି ନେଇଛି ବିସ୍ବ ବିଦ୍ୟାଳୟ ଶିକ୍ଷକ ସଂଘ ।

   Related Posts