ଆଜିଠୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି : ସଜେଇ ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ

Published By : Prameya-News7 Bureau | November 23, 2019 IST

ଭୁବନେଶ୍ବର ୨୩।୧୧: ଆଜିଠୁ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି । ଉତ୍କଳ କନେକ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳ ବିଶ୍ବବିଦ୍ୟାଳୟକୁ ପୂରଣ ହୋଇଛି ୭୫ ବର୍ଷ । ଏହି ଅବସରରେ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ଲାଟିନମ୍ ଜୁବୁଲି ପାଳନ ଉତ୍ସବ । ସେଥିପାଇଁ ସଜେଇ ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ । ପ୍ରବେଶପଥଠାରୁ ପାଠାଗାର ଯାଏଁ, ପିପିଲି ଚାନ୍ଦୁଆ ଲାଇଟରେ ରଙ୍ଗୀନ ଦିଶୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଟିନମ୍ ଜୁବଲି ଉତ୍ସବକୁ ଉଦଘାଟନ କରିଛନ୍ତି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି । ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ବି ଉପସ୍ଥିତ ଅଛନ୍ତି । ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ‘ଦି ପାଥ୍ ଆହେଡ୍ ’ ଉପରେ ଆଇପିଏସ୍ ସତ୍ୟଜିତ୍  ମହାନ୍ତି ଓ ବିଜୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ତାରିଖରେ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ  ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.