କରୋନା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ୩ ବିଭାଗ ସିଲ୍

Published By : Prameya-News7 Bureau | June 06, 2020 IST

ଭୁବନେଶ୍ୱର, ୦୬|୦୬:  ଉତ୍କଳ ବିଶ୍ୱବିଦ୍ୟାଳୟର ତିନୋଟି ବିଭାଗକୁ ସିଲ୍ କରିଦିଆଯାଇଛି । ଜଣେ କର୍ମଚାରୀଙ୍କ  ସମ୍ପର୍କୀୟ କରୋନା ସଂକ୍ରମିତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।

 ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର, ଇଂରାଜୀ ଓ ଦର୍ଶନଶାସ୍ତ୍ର ବିଭାଗକୁ ସିଲ୍ କରି ଦିଆଯାଇଛି । ଶନିବାର ଜଣେ କର୍ମତାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଜଣାପଡିଥିଲା । ଏହାପରେ ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.