ପ୍ରତ୍ୟେକ ସରକାରୀ ଏବଂ ଅଦାଲତି କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ ହେଉ : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି

Published By : Prameya-News7 Bureau | April 28, 2019 IST

କଟକ ୨୮|୪: ପ୍ରତ୍ୟେକ ସରକାରୀ ଏବଂ ଅଦାଲତି କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ବାଧ୍ୟତା ମୂଳକ ହେଉ । ନାରୀ ସଶକ୍ତିକରଣ ଦିଗରେ ରାଜ୍ୟ ଆଉ ଦୁଇ ପାଦ ଆଗକୁ ଯିବା ସହ ନାରୀଶିକ୍ଷା ସମ୍ପର୍କରେ ସରକାର କିଛି ଠୋସ୍ ପଦକ୍ଷେପ ନିଅନ୍ତୁ । ମଧୁ ଜୟନ୍ତୀ ଅବସରରେ ପୁଣି ଥରେ ଦାବି ଦୋହରାଇଛି ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ।

{"id":108462}

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ସ୍ମରଣ କରିଛନ୍ତି ରାଜ୍ୟବାସୀ । ମଧୁସୂଦନ ହେଉଛନ୍ତି ରାଜ୍ୟର ପ୍ରଥମ ଆଇନଜୀବୀ । ସେଥି ପାଇଁ ତାଙ୍କ ସ୍ମୁତି ଚାରଣ କରିଛନ୍ତି ହାଇକୋର୍ଟର ଆଇନଜୀବୀ ମାନେ। ହାଇକୋର୍ଟ ପରିସରରେ ଆୟୋଜିତ ହୋଇଛି ଆଇନଜୀବୀ ଦିବସ । ଯେଉଁଠି ମଧୁବାବୁଙ୍କୁ ଶ୍ରଦ୍ଧାସୂମନ ଅର୍ପଣ କରିଛନ୍ତି ମୁଖ୍ୟବିଚାରପତି ଏବଂ ବହୁ ଆଇନଜୀବୀ । ସେହିପରି  ମଧୁବାବୁଙ୍କ ଶେଷ ସ୍ଥାନ ତଥା କଟକର ଗୋରାକବରେର ଆମ ଓଡିଶା ପରିବାର ତରଫରୁ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞଳି ସଭା । ଯେଉଁଠି ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମଧୁବାବୁଙ୍କ ସ୍ମୁତି ଚାରଣ କରିଥିଲେ । ପ୍ରତ୍ୟେକ ସରକାରୀ କାର୍ଯ୍ୟ, ତଥା ଅଦାଲତି କାର୍ଯ୍ୟରେ ଓଡିଆ ଭାଷାର ପ୍ରୟୋଗ ବାଧ୍ୟତା ମୂଳକ ହେଉ  ବୋଲି ଦାବି କରିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି ।   

{"id":108463}

ମଧୁ ବାବୁଙ୍କ ସମସ୍ତ ସ୍ମୁତିକୁ ସାଉଁଟି ରଖିଥିବା ମଧୁ ସଂଗ୍ରହାଳୟ ଏହା ଭିତରେ ନୂଆ ଜୀବନ ପାଇଛି । ରାଜ୍ୟ ସଂସ୍କୃତି ବିଭାଗ ଏବଂ ପ୍ରତ୍ନତତ୍ବ ବିଭାଗର ମିଳତ ଉଦ୍ୟମରେ ସଂଗ୍ରହାଳୟର ନବୀକରଣ କରାଯାଇଛି, ଆଜି ଏହାକୁ ଲୋକାର୍ପଣ କରିଛନ୍ତି ସଂସ୍କୃତି ସଚିବ । ତେବେ ମଧୁବାବୁଙ୍କୁ ରାଜ୍ୟ ଭିତରେ ସିମୀତ ନରଖି , ତାଙ୍କର କୀର୍ତ୍ତିକୁ ଦେଶବ୍ୟାପୀ ପ୍ରଚାର କରିବାଲାଗି ଦାବି କରିଛି ଉତ୍କଳ ସମ୍ମିଳନୀ । ସମ୍ମିଳନୀ ଏହା ମଧ୍ୟ ଦାବି କରିଛି ଯେ, ମଧୁବାବୁଙ୍କ ଲାଗି  ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇ ପାରିଛି, ଓଡିଆ ଭାଷା ନିଜର ସ୍ଥିତି ଫେରି ପାଇଛି, ତେଣୁ ଉତ୍କଳ ଗୌରବଙ୍କୁ ମରୋଣୋତ୍ତର ଭାରତ ରତ୍ନ ଉପାଧି ପ୍ରଦାନ କରାଯିବା ତାଙ୍କଲାଗି ଶ୍ରେଷ୍ଠ ଶ୍ରଦ୍ଧାଞଳୀ ହେବ ବୋଲି ମତ ରଖିଛି ଉତ୍କଳ ସମ୍ମିଳନୀ ।

{"id":108233}

ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ । ଏଥିଲାଗି ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ହୋଇ ସାରିଛି ବୋଲି କହିଛନ୍ତି ସଂସ୍କୃତି ସଚିବ । କିନ୍ତୁ ମଧୁସୂଦନଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି ଉଠିଥିବା ଦାବି ସମ୍ପର୍କରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକମତ ହେବା ଜରୁରୀ ବୋଲି ଆଜିର ଦିନରେ ମନେ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.