Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସିଲ୍ ହେଲା ଉତ୍କଳ ଇନ୍‌ ବାର୍ ଓ ରେଷ୍ଟୁରାଣ୍ଟ, ଉଲଂଘନ ହୋଇଥିଲା କୋଭିଡ୍ ଗାଇଡ୍‌ଲାଇନ୍

1/07/2021 at 11:52 AM

ଭୁବନେଶ୍ବର ୧।୭: କିଛି ଦିନ ହେବ ଆକ୍ସନ ମୋଡ୍ କୁ ଆସିଛି କମିଶନରେଟ୍ ପୋଲିସ । ଲଗାତର ମଦ ଦୋକାନ ଆଦିରେ ଚଢାଉ କରି କୋଭିଡ୍ ଗାଇଡ ଲାଇନ୍ ଉଲଂଘନ ଅଭିଯୋଗରେ ସିଲ୍ କରୁଛି ଦୋକାନ । ଏହି ପରିପ୍ରେକ୍ଷୀରେ ଗ୍ୟାରେଜ ଛକ ନିକଟସ୍ଥ ଉତ୍କଳ ଇନ୍‌ ବାର୍ ଓ ରେଷ୍ଟୁରାଣ୍ଟକୁ ଗୁରୁବାର ଦିନ ସିଲ୍‌ କରାଯାଇଛି ।

ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ କମିଶନରେଟ୍ ପୋଲିସ ମିଳିତ ଭାବେ ଏହି ବାର୍ ଓ ରେଷ୍ଟୁରାଣ୍ଟ ଉପରେ ଚଢାଉ କରିଥିଲା । ତେବେ ଚଢାଉ ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଉତ୍କଳ ଇନ୍‌ ବାର୍ ଓ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି ।

ସେପଟେ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍‌ କରିଛି ବିଏମ୍‌ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍‌ କରିଛି । ଅମାନିଆ ହୋଇ ସପିଂ ମଲ୍‌ ଖୋଲିଥିଲେ ମାଲିକ । ସପିଂ ମଲ୍‌ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି ।

   Related Posts