Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଭିନ୍ନ ଦାବି ନେଇ କ୍ୟାମ୍ପସରେ ତାଲା ପକାଇଲେ ଛାତ୍ରଛାତ୍ରୀ

6/11/2021 at 2:04 PM

ଚଣ୍ଡିଖୋଲ,୦୬/୧୧: ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ  ଛାତ୍ର ଅଶାନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇଛନ୍ତି ।ଏହାସହ  ଧାରଣା ମଧ୍ୟ ଦେଇଛନ୍ତି ।

ପ୍ରଥମ ଓ ଦ୍ୱତୀୟ ବର୍ଷ ନର୍ସିଂ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ସମ୍ମୁଖରେ ବିଭିନ୍ନ ନାରାବାଜି କରିଛନ୍ତି. । ସୋମନେ ଅଭିଯୋଗ କରିଛନ୍ତି ଯେ, ଅସ୍ଥାୟୀ କ୍ୟାମ୍ପସରେ ଅଧ୍ୟାପକ ନଥିବା ବେଳେ ଲାଇବ୍ରେରୀରେ ବହି ନାହିଁ । ସେହିପରି ଛାତ୍ରଛାତ୍ରୀମାନଙ୍କୁ କ୍ଲିନିକାଲ ପଠା ଯାଉ ନାହିଁ । ଏପରିକି ବ୍ୟାପକ ଅବ୍ୟବସ୍ଥା ଭିତରେ କ୍ୟାମ୍ପସ  ରହିଥିବା ଛାତ୍ରଛାତ୍ରୀ କହିଛନ୍ତି ।

ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ଧାରଣା  ଓ ପ୍ରତିବାଦ କରିଥିଲେ ।ମହାବିଦ୍ୟାଳୟର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଶନିବାର ବାଧ୍ୟ ହୋଇ ଛାତ୍ର ଛାତ୍ରୀ ମାନେ କଲେଜରେ ତାଲା ପକାଇ ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ, କଲେଜରେ ୮୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୪ ଜଣ ଅଧ୍ୟାପକ ରହିଛନ୍ତି । ତେବେ  ଛାତ୍ରଛାତ୍ରୀଙ୍କ  ବିଭିନ୍ନ ଦାବି ନେଇ କଲେଜ କର୍ତ୍ତୃପକ୍ଷ  ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।  

   Related Posts