ଭୋର ୪ଟାରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ

Published By : Prameya-News7 Bureau | March 12, 2021 IST

ଚାନ୍ଦବାଲି ୧୨।୦୩: ପବିତ୍ର ଜାଗର ଅବସରରେ ଭୋର ୪ଟାରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ । ଆରଡିପୀଠରେ କୋଭିଡ କଟକଣା ଅନୁଯାୟୀ ସେବାୟତମାନଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।

ଭୋର ୪ଟାରେ ମନ୍ଦିର ଚୂଡାକୁ ଉଠିଲା ମହାଦୀପ। ମହାଶିବରାତ୍ରୀରେ ଭୋରରୁ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ, କନିକାରାଜାଙ୍କ ପହିଲି ଘର୍ଷଣ ଲାଗି ହୋଇଥିଲା । ଏହାପରେ ଦିନ ତମାମ ମନ୍ଦିର ସାହଣମେଲା କରାଯାଇଥିଲା । ସଂଧ୍ୟା ୬ରୁ ୪ପ୍ରହର ନୀତି ଆରମ୍ଭ ହୋଇ ରାତ୍ର୧୨ଟାରେ ସମ୍ପନ୍ନ ହୋଇଥିଲା। ରାତି ଗୋଟାଏରେ ସୁନାବେଶରେ ବାବାମଣିଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଭୋର ୪ଟାରେ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.