ମଦ ପିଇ ଉତ୍ପାତ କରି ବସ୍ଉଠ୍‌ ହେଲେ ମେଡିକାଲ୍‌ କର୍ମଚାରୀ

Published By : Prameya-News7 Bureau | October 07, 2019 IST

କେନ୍ଦ୍ରାପଡା ୦୭।୧୦- ମେଡିକାଲରେ ମଦ୍ୟପ କର୍ମଚାରୀଙ୍କ ଉତ୍ପାତ । ମଦ ପିଇ ଚିକିତ୍ସା କରିବାକୁ ଆସିଥିବା କର୍ମଚାରୀ ହେଲେ ବସ୍ ଉଠ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ। ଅଧିକାଂଶ ସମୟରେ କିଛି କର୍ମଚାରୀ ମଦ ପିଇ ହସ୍ପିଟାଲକୁ ଆସୁଥିବାର ଅଭିଯୋଗ ହୋଇଆସୁଥିଲା ।

 ଆଜି ଏକ ଦୁର୍ଘଟଣାରେ ଶିକାର ହୋଇ ଥିବା ଦୁଇ ଭାଇ ଭଉଣୀଙ୍କୁ ଗ୍ରାମୀଣ ବିକାଶ ଯୁବକ ସଂଘର କର୍ମକର୍ତ୍ତା କେନ୍ଦ୍ରାପଡ଼ା ମେଡିକାଲକୁ ଦିନ ଦୁଇଟା ବେଳେ ଚିକିତ୍ସା ପାଇଁ ନେଇଥିଲେ । ଏହି ସମୟରେ କାଜୁଆଲିଟି ପୂରା ଫାଙ୍କା ରହିଥିଲା । ଅବଶ୍ୟ ଡ୍ରେସିଂ ପାଇଁ ଜଣେ କର୍ମଚାରୀ ଥିଲେ । ତେବେ ବଡ଼କଥା ହେଉଛି କର୍ମଚାରୀ ଜଣଙ୍କ ଆକଣ୍ଠ ମଦପିଇଥିଲେ । ଏହା ଜାଣିବା ପରେ ମଦ୍ୟପ କର୍ମଚାରୀଙ୍କୁ ଯୁବକ ସଂଘର କର୍ମକର୍ତ୍ତା ବିରୋଧ କରିଥିଲେ ।

 ଏହି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲେ । ମେଡିକାଲ୍ ର ଜଣେ ଅଧିକାରୀ ପହଂଚି ସଂପୃକ୍ତ କର୍ମଚାରୀଙ୍କୁ ଉଠବସ୍ କରାଇଥିଲେ । ସଂପୃକ୍ତ କର୍ମଚାରୀ ମଦ ପିଇଥିବା ସ୍ବୀକାର କରିଥିଲେ, ତେବେ ସେ ସକାଳେ ମଦ ପିଇଦେଇଥିଲେ ବୋଲି କହିଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.