ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ କରୋନା ସଂକ୍ରମିତ, ପୁଅ-ବୋହୂଙ୍କ ସମେତ ୨୨ କର୍ମଚାରୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | May 31, 2020 IST

ଡେରାଡୁନ, ୩୧|୦୫:  ଦେଶରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଏହା ମଧ୍ୟରେ ଉତ୍ତରାଖଣ୍ଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଶନିବାର ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ।

ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କାରଣ ଶୁକ୍ରବାର ସଚିବାଳୟରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ସତପାଲ୍ ଯୋଗ ଦେଇଥିଲେ ।  ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମଧ୍ୟ ସାମିଲ ଥିଲେ । ଏହାପରେ ସତପାଲ ପର୍ଯ୍ୟଟନନ ବିଭାଗର ଏକ ବୈଠକରେ ମଧ୍ୟ ଅକ୍ଷ୍ୟକ୍ଷତା କରିଥିଲେ ।

ସତପାଲ୍ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇପାରେ । ପ୍ରୋଟୋକଲ ଅନୁସାରେ ଏପରି କରାଯିବ । ଏପରିକି ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କ ରକ୍ତ ନମୂନା ମଧ୍ୟ ଟେଷ୍ଟ୍ ପାଇଁ ପଠାଯିବ ।

ଦେଶର ଏହା ପ୍ରଥମ ମାମଲା ଯେତେବେଳେ  ସମ୍ପୂର୍ଣ୍ଣ ସରକାର କରୋନା କବଳରେ ଆସିଯାଇଛି । ସତପାଲଙ୍କ ରିପୋର୍ଟ ଆସିବା ପରେ ରାଜ୍ୟରେ ଉଚ୍ଚସ୍ତରୀୟ କମିଟି ବୈଠକ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.