ହଠାତ ବ୍ୟାଟ୍ ଥୋଇ ଟ୍ରାଉଜର୍ ଓହ୍ଲାଇଲେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ : ବଦଳାଇଲେ ଅଣ୍ଡର ଗାର୍ଡସ୍, ଅର୍ଦ୍ଧ ଉଲଗ୍ନ ଖେଳାଳିଙ୍କ ପାଇଁ ଅଟକିଲା ମ୍ୟାଚ୍

Published By : Prameya-News7 Bureau | February 01, 2021 IST

ସିଡନୀ, ୦୧/୦୨:  ବିଗ୍ ବାସ୍ ଲିଗର ଏକ ନକଆଉଟ୍ ମୁକାବିଲାରେ ବ୍ରିସବେନ୍ ହିଟ୍ ସିଡନୀ ଥଣ୍ଡର ବିପକ୍ଷରେ ବିଜୟ ଲାଭ କରିଛି । ଏହି ବିଜୟ ସହ ବ୍ରିସବେନ୍ ଫାଇନାଲ ଅଭିମୁଖେ ଆଉ ଏକ ପାଦ ଆଗକୁ ବଢାଇଛି । ମ୍ୟାଚରେ ସିଡନୀକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଦଳ । ତେବେ ଏହି ମ୍ୟାଚରେ ଦର୍ଶକଙ୍କୁ ଖୁବ୍ ମଜା ଆସିଥିଲା । ମ୍ୟାଚ୍ ବେଳେ ଅନେକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମ ଇନିଂସରେ ବ୍ୟାଟିଂ କରିଥିଲା ସିଡନୀ । ଦଳର ବ୍ୟାଟସମ୍ୟାନ୍ ଉସମାନ ଖ୍ୱାଜାଙ୍କ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେ ନିଜର ଅଣ୍ଡରଗାର୍ମେଣ୍ଟକୁ ସଜାଡୁଥିବା ଦେଖିବାକୁ ମିଳିଥିଲା । ୯ମ ଓଭରରେ ସେ ହଠାତ କିଛି ସମୟ ପାଇଁ ଅଟକି ଯାଇଥିଲେ । ସେହି ସମୟରେ ସେ ୨୫ ବଲରୁ ୨୬ ରନ୍ କରି ବ୍ୟାଟିଂ କରୁଥିଲେ । ଅଟକି ଯାଇ ସେ ଅଣ୍ଡରଗାର୍ମେଣ୍ଟସ୍ ତଳେ ଥିବା ଗାର୍ଡକୁ ବଦଳାଇଥିଲେ ।

wp:html /wp:html

ଏହା ଦେଖିବା ପରେ ଦର୍ଶକ, ବିପକ୍ଷ ଖେଳାଳି ଓ କମେଣ୍ଟେଟର୍ ହସିହସି ବେଦମ ହୋଇଯାଇଥିଲେ । ଉସମାନ୍ ତାଙ୍କ ପ୍ୟାଣ୍ଟ୍ ଖୋଲି ଅଣ୍ଡରଗାର୍ମେଣ୍ଟସ ତଳେ ଥିବା ଗାର୍ଡକୁ ବଦଳାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଏହି ମ୍ୟାଡରେ ସିଡନୀ ତରଳପୁ ଧାର୍ଯ୍ୟ ୧୫୯ ରନ୍‌ର ବିଜୟ ଲକ୍ଷ୍ୟକୁ ବ୍ରିସବେନ୍ ୧୯.୧ ଓଭରରେ ୩ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା । ବ୍ରିସବେନ୍ ପକ୍ଷରୁ ସାମ୍ ହିଜଲେଟ୍ ୪୯ ବଲ୍‌ରୁ ୭୪ ରନ୍, ମାର୍ଣ୍ଣସ ଲାବୁସେନ ୩୨ ଓ ଜିମି ପିଅରସନ୍ ୪୩ ରନ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.