ସମୁଦ୍ର ପଥରେ ଭାରତ ଉପରେ ଆକ୍ରମଣ ଯୋଜନା: ସ୍ମଗଲର ଓ ଅଣ୍ଡରଓ୍ଵାର୍ଲ୍ଡକୁ ବ୍ୟବହାର କରୁଛି ପାକିସ୍ତାନ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ(ISI) ସ୍ମଗଲର ଓ ଅଣ୍ଡରଓ୍ଵାର୍ଲ୍ଡଙ୍କ ସହାୟତାରେ ସମୁଦ୍ରୀ ରାସ୍ତାରେ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି। ଗୁଇନ୍ଦା ସୂଚନା ମୁତାବକ, କୋଭିଡ୍-୧୯ ମହାମାରୀ ମଧ୍ୟରେ ପାକିସ୍ତାନର ଏଜେନ୍ସି ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ସହ  ଜଡିତ ଅଣ୍ଡରଓ୍ଵାର୍ଲ୍ଡ ଓ ସ୍ମଗଲରଙ୍କ ବ୍ୟବହାର କରିବାକୁ ଷଡଯନ୍ତ୍ର ରଚିଛି।

ଗୁଇନ୍ଦା ଏଜେନ୍ସି ଏହି ଦିଗ ପ୍ରତି ମଧ୍ୟ ଇସାରା କରିଛି ଯେ, ପାକିସ୍ତାନ ଭାରତର ପଶ୍ଚିମ ତଟ ଓ ଖୋଲା ସମୁଦ୍ରରେ ଭାରତର ମହତ୍ଵପୂର୍ଣ୍ଣ ସଂପତ୍ତିକୁ ଟାର୍ଗେଟ୍ କରିପାରେ। ସେଠାକାର ଅଣ୍ଡରଓ୍ଵାର୍ଲ୍ଡ ଓ ଛୋଟ ସ୍ମଗଲିଂ ଗ୍ରୁପର ବ୍ୟବହାର କରି ଭାରତ ଉପରେ ହମଲା କରିବାକୁ ପାକିସ୍ତାନ ଯୋଜନା କରୁଛି। ଏହି ଅଣ୍ଡରଓ୍ଵାର୍ଲ୍ଡ ଓ ସ୍ମଗଲର ଗୋଷ୍ଠୀ ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଆରବ ସାଗରର ଛୋଟ ଛୋଟ ବନ୍ଦର ଅଞ୍ଚଳ ପ୍ରତି ରୁଚି ଦେଖାଇଛନ୍ତି।

ଏହି ଅଞ୍ଚଳ ଭାରତୀୟ ସମୁଦ୍ର କୂଳରୁ ନିକଟରେ ଅବସ୍ଥିତ। ଏହାକୁ ସମୁଦ୍ରୀ ଚୋରାଚାଲାଣ ରୁଟ୍ ଭାବେ ମଧ୍ୟ ବ୍ୟବହାର କରାଯାଏ। ପାକିସ୍ତାନୀ ଏଜେନ୍ସି ଏହି ସବୁ ବନ୍ଦରରେ ସେମାନଙ୍କୁ ପ୍ରଶୟ ଦେବା ସହିତ ଅନେକ ସାହାଯ୍ୟ ଯୋଗାଇ ଦେଉଛି। ଏହା ସହିତ ସେମାନଙ୍କୁ ଯୁଦ୍ଧର ପ୍ରଶିକ୍ଷଣ ମଧ୍ୟ ଦେଉଛି।

ଏପ୍ରିଲ ୧୨ରେ ପାକିସ୍ତାନର ସମୁଦ୍ରୀ ସୁରକ୍ଷାବଳ  ଭାରତୀୟ ମତ୍ସ୍ୟଜୀବୀଙ୍କ ନୌକା ଉପରକୁ ଗୁଳି ମାଡ କରିଥିଲେ। ଏଥିରେ ଜଣେ ମତ୍ସ୍ୟଜୀବୀ ଗୁରୁତର ଭାବେ ଆହତ ହୋଇଥିଲେ। କେବଳ ଏତିକି ନୁହଁ ଭାରତୀୟ କୋଷ୍ଟଗାର୍ଡ ଶ୍ରୀଲଙ୍କା ଓ ମାଳଦ୍ଵୀପକୁ ସଂଯୋଗ କରୁଥିବା ଅଞ୍ଚଳରେ ନିଶାଦ୍ରବ୍ୟ ନେଇ ଯାଉଥିବା ପାକିସ୍ତାନ ନୌକାକୁ ଜବତ କରିଥିଲା। ଗୁଇନ୍ଦା ସୂଚନା ଅନୁଯାୟୀ ଏହି ନୌକାରେ ଅସ୍ତ୍ର ଶସ୍ତ୍ର ମଧ୍ୟ ନିଆଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.