ଆଇସକ୍ରିମ କାଠିରେ ମିନି ଟୋକିଓ ଷ୍ଟାଡିୟମ, ଭାରତୀୟ କଣ୍ଟିଜେଣ୍ଟକୁ ଉତ୍ସର୍ଗୀକୃତ କଲେ ଶିଳ୍ପୀ

Published By : Prameya-News7 Bureau | July 25, 2021 IST

ପୁରୀ ୨୫/୭ : ଟୋକିଓ ଅଲିମ୍ପିକରେ ଭଲ ପ୍ରଦର୍ଶନ ଆଶାରେ ଭାରତାୟୀ ଖେଳାଳି । ଜଣେ ପରେ ଜଣେ ଖେଳାଳି ନିଜର କୌଶଳ ଦେବାରେ ଲାଗିଛନ୍ତି । ଆଉ ଖେଳାଳିଙ୍କ ମନୋବଳ ବଢାଇବାକୁ ସବୁ ସ୍ତରରେ ପ୍ରୟାସ କରୁଛନ୍ତି । ଏପରିକି ଭାରତୀୟ କ୍ରିକେଟରଙ୍କ ସହ ଅନେକ ନେତା ମନ୍ତ୍ରୀ ମଧ୍ୟ ତାଙ୍କୁ ଚିଅର ଅପ୍ କରୁଛନ୍ତି । ଗୀତ ଗାଇ କେହି କେହି ଶୁଭକାମନା ଦେଇଛନ୍ତି ।

wp:html /wp:html

ତେବେ ପୁରୀର ଜଣେ ୧୪ ବର୍ଷୀୟା ଶିଳ୍ପୀ ନନ୍ଦିନୀ ପଟ୍ଟନାୟକ ନିଆରା ଢଙ୍ଗରେ କରିଛନ୍ତି ଉତ୍ସର୍ଗୀକୃତ । ଆଇସକ୍ରିମ ଷ୍ଟିକ ବ୍ୟବହାର କରି ନିର୍ମାଣ କରିଛନ୍ତି ମିନି ଟୋକିଓ ଷ୍ଟାଡିୟମ । ଟୋକିଓ ଯାଇଥିବା ଭାରତୀୟ କଣ୍ଟିଜେଣ୍ଟକୁ ଏକ ମିନି 'ଟୋକିଓ ଅଲିମ୍ପିକ୍ସ ଷ୍ଟାଡିୟମ' ସେ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଆମ ଖେଳାଳିଙ୍କ ପ୍ରତି ଚିଅର ଅପ୍ ସ୍ୱରୂପ ମୁଁ ୮୦୦୦ ରୁ ୧୦୦୦୦ ବାଡି ବ୍ୟବହାର କରି ଏହି କ୍ଷୁଦ୍ର ଷ୍ଟାଡିୟମ ପ୍ରସ୍ତୁତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.